fbpx
BSKY SKY
BSKY SKY

IAS ସ୍ତରରେ ଅଦଳବଦଳ: ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଅଦଳବଦଳ ହେବା ପରେ ଏବେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରରେ ଅଦଳବଦଳ କରାଯାଇଛି । ଏହି କ୍ରମରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବୀର ବିକ୍ରମ ଯାଦବ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏହି ପଦଟି ଖାଲି ପଡ଼ିଥିଲା । ବୀର ବିକ୍ରମ ଏଣିକି ମୁଖ୍ୟ ପ୍ରଶାସକ ସହ ଖାଦ୍ୟ ଓ ଯୋଗାଣ ବିଭାଗର ଦାୟିତ୍ୱ ସମ୍ଭାଳିବେ ।

ସେହିପରି ନିକୁଞ୍ଜ କିଶୋର ସୁନ୍ଦରରାୟଙ୍କୁ ପବ୍ଲିକ ଏଣ୍ଟର ପ୍ରାଇଜେସ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ଏହି ଏହି ପଦରେ ମୋନା ଶର୍ମା ରହିଥିଲେ । ଶୁଭମ୍ ସକସେନାଙ୍କୁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ଆଇଏଫଏସ ସଞ୍ଜିବ କୁମାର ଚଡ୍ଡା କୃଷି ଓ ମାର୍କେଟିଂ ନିର୍ଦ୍ଦେଶକ ସହ ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

Get real time updates directly on you device, subscribe now.