fbpx

ଏତିକି ଟଙ୍କା ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ ! ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିବାରୁ ମିଳିଲା ସଙ୍କେତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଅଶୋଧିତ ତୈଳ ମୂଲ୍ୟ ଗତ ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ବ୍ରେଣ୍ଟ ଫ୍ରୁଡ ଅଏଲ ବ୍ୟାରେଲ ପିଛା ପ୍ରାୟ ୯୨ ଡଲାରରେ ଟ୍ରେଣ୍ଡ କରୁଛି । କିନ୍ତୁ ଆଜି ବି ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଛି । ଶେଷ ଥର ପାଇଁ ମେ ୨୧ ରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ । ଏହା ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି ।

ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨ ରୁ ୩ ଟଙ୍କା ହ୍ରାସ ହୋଇପାରେ । ଏହାପୂର୍ବରୁ ଫେବୃଆରୀରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାର ପାଖାପାଖି ଥିଲା, ଯାହା ଜୁନ୍ ମାସରେ ବ୍ୟାରେଲ ପିଛା ୧୨୫ ଡଲାରରେ ପହଞ୍ଚିଥିଲା । ବ୍ରେଣ୍ଟ ଅଶୋଧିତ ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ୯୨.୮୪ ଡଲାରରେ ରହିଛି ।

ଆପଣଙ୍କ ସହରରେ କେତେ ରେଟ୍ ?
-ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ।

-ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କା ।

– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା ।

-କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।

– ନୋଏଡାରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୯୬ ଟଙ୍କା ।

– ଲଖନଉରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୭୬ ଟଙ୍କା ।

– ଜୟପୁରରେ ଲିଟର ପିଛା ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ୯୩.୭୨ ଟଙ୍କା ।

– ତିରୁବନନ୍ତପୁରମରେ ଲିଟର ପିଛା ପେଟ୍ରୋଲ ୧୦୭.୭୧ ଟଙ୍କା ଏବଂ ଡିଜେଲ ୯୬.୫୨ ଟଙ୍କା ।

– ପୋର୍ଟ ବ୍ଲେୟାରରେ ଲିଟର ପିଛା ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ୭୯.୭୪ ଟଙ୍କା ।

– ପାଟନାରେ ଲିଟର ପିଛା ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ।

– ଗୁରୁଗ୍ରାମରେ ଲିଟର ପିଛା ୯୭.୧୮ ଟଙ୍କା ଏବଂ ଡିଜେଲ ପିଛା ୯୦.୦୫ ଟଙ୍କା ।

– ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଡିଜେଲ ୮୭.୮୯ ଟଙ୍କା ।

– ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ ଟଙ୍କା

– ଚଣ୍ଡିଗଡ଼ରେ ଲିଟର ପିଛା ପେଟ୍ରୋଲ ୯୬.୨୦ ଟଙ୍କା ଏବଂ ଡିଜେଲ ୮୪.୨୬ ଟଙ୍କା ।

– ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କା ।

Get real time updates directly on you device, subscribe now.