fbpx

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର; ଅଘଟଣକୁ ଖାତିର ନକରି ପେଟ୍ରୋଲ ବୋହିଲେ ଲୋକେ

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ବାଣପୁର ଓଭରବ୍ରିଜ୍ ନିକଟ ଅଲାଇଡିହ ଛକ ନିକଟରେ ଓଲଟି ପଡିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର । ପାରାଦୀପରୁ ଛତ୍ରପୁର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭର ର ବେପାରୁଆ ଗାଡି ଚାଳନା ଯୋଗୁଁ  ରୋଡ୍-ଡିଭାଇଡର୍ ଧକ୍କା ହୋଇ ଓଲଟି ପଡିଥିଲା ପେଟ୍ରୋଲ ଟ୍ୟାଙ୍କର । ଟ୍ୟାଙ୍କର ଲିକେଜ୍ ହୋଇଯିବା ଯୋଗୁଁ ରାସ୍ତାରେ ଭାସିଲା ପେଟ୍ରୋଲ ଭାସିବା ଆରମ୍ଭ ହୋଇଥିଲା ।

ମାତ୍ର ଘଟଣା ଜାଣିବା ପରେ ସେଠାରେ ଥିବା ଲୋକମାନେ ବାଲତି, ବୋତଲ ଇତ୍ୟାଦି ଦ୍ୱାରା ପେଟ୍ରୋଲ ଭରିବାକୁ ଲାଗିଥିଲେ । ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି । ଦମକଳ ବାହିନୀ ମଧ୍ୟ ପହଞ୍ଚି ଛନ୍ତି । ଦୁର୍ଘଟଣାରେ ଟ୍ୟାଙ୍କର ଗାଡିର ହେଲପର୍ ସାମାନ୍ୟ ଆହତ ହୋଇଛନ୍ତି । ଲିକେଜ୍ କିଭଳି ବନ୍ଦ କରାଯିବ ଏବଂ କାଳେ କୌଣସି ବଡ ଅଘଟଣ ଘଟିବ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ସହିତ ବିକଳ୍ପ ପନ୍ଥା ଆପଣେଇବା ପାଇଁ ବାଣପୁର ପୋଲିସ ବନ୍ଦୋବସ୍ତ କରୁଥିବା ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.