ଅନ୍ୟ କମ୍ପାନୀଙ୍କୁ ଔଷଧ ତିଆରି ପାଇଁ ଅନୁମତି ଦେଲା ଫାଇଜର, ୯୫ ଦେଶରେ ହେବ ବ୍ୟବହାର

ନୂଆଦିଲ୍ଲୀ: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ନିଜର କୋଭିଡ-୧୯ ଔଷଧ ତିଆରି କରିବା ପାଇଁ ଅନ୍ୟ କମ୍ପାନୀମାନଙ୍କୁ ମଞ୍ଜୁରୀ ଦେବାକୁ ପ୍ରସ୍ତୁତ ହୋଇଛି । ଏଥିପାଇଁ ଫାଇଜର ସଂଯୁକ୍ତ ରାଷ୍ଟ୍ର ର ଏକ ସମୂହ ସହ ଚୁକ୍ତି ମଧ୍ୟ କରିଛି । ଏହି ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କାରଣ ଏହା ଦ୍ୱାରା ଫାଇଜରର କୋଭିଡ-୧୯ ଟିକା ଦୁନିଆର ଅଧା ଜନସଂଖ୍ୟା ପାଇଁ ଉପଲବ୍ଧ ହୋଇପାରିବ ।

ମଙ୍ଗଳବାର ଏକ ବୟାନ ଜାରି କରି ଫାଇଜର ପକ୍ଷରୁ କୁହାଯାଇଛି ଯେ ଭାଇରସ ବିରୋଧୀ ଔଷଧ ପ୍ରସ୍ତୁତ କରିବା ପାଇଁ ଜେନିଭା ସ୍ଥିତ ‘ମେଡିସିନ୍ସ ପେଣ୍ଟେଣ୍ଟ ପୁଲ’ କୁ ଲାଇସେନ୍ସ ଦିଆଯିବ ଯାହା ଜେନେରିକ ଔଷଧ ନିର୍ମାତା କମ୍ପାନୀଙ୍କୁ ଔଷଧ ଉତ୍ପାଦନ ପାଇଁ କରିବାକୁ ଦେବ । ଏହାଦ୍ୱାରା ବିଶ୍ୱର ୯୫ ଦେଶରେ ଏହି ଔଷଧର ବ୍ୟବହାର ହୋଇପାରିବ । ସେପଟେ ‘ମେଡିସିନ୍ସ ପେଟେଣ୍ଟ ପୁଲ’ର ମୁଖ୍ୟ କହିଛନ୍ତି ଖୁବଶୀଘ୍ର ଅନ୍ୟ ଔଷଧ ନିର୍ମାତା କମ୍ପାନୀ ଔଷଧ ଉତ୍ପାନ କରିବା ଆରମ୍ଭ କରିବେ ।