fbpx

NPS New Rule: ରାଷ୍ଟ୍ରୀୟ ପେନସନ ପ୍ରଣାଳୀରେ ହେବ ବଡ଼ ପରିବର୍ତ୍ତନ, ସିଧାସଳଖ ଭାବେ ଉପକୃତ ହେବେ ଗ୍ରାହକ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (ଏନପିଏସ) ଗ୍ରାହକଙ୍କ ପାଇଁ ବଦଳିବାକୁ ଯାଉଛି ଏକ ବଡ଼ ନିୟମ । ଜୁଲାଇ ପହିଲାରୁ ଏନପିଏସ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବ ପେନସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) । ପିଏଫଆରଡିଏ ଏନପିଏସ ଅଧିନରେ ଟି + ୦ ସେଟଲମେଣ୍ଟ ଲାଗୁ କରିବାକୁ ଯାଉଛି । ଏହା ଜୁଲାଇ ୧ ତାରିଖରୁ ପ୍ରଭାବୀ ହୋଇଯିବ । ନୂଆ ନିୟମ ଅନୁସାରେ, କୌଣସି ବି ସେଟଲମେଣ୍ଟ ଦିନର ସକାଳ ୧୧ଟା ସମୟ (ଟି) ସୁଦ୍ଧା ଟ୍ରଷ୍ଟ ବ୍ୟାଙ୍କ ଦ୍ୱାରା ପ୍ରାପ୍ତ ଏନପିଏସ ଯୋଗଦାନ ସେହିଦିନ ନିବେଶ କରାଯିବ । ଏହାଫଳରେ ଗ୍ରାହକଙ୍କୁ ସେହି ଦିନର ନେଟ ଏସେଟ ଭାଲ୍ୟୁ (ଏନଏଭି)ର ଫାଇଦା ମିଳିବ ।

ସହଜ ଭାଷାରେ କହିବାକୁ ଗଲେ, ଟି + ୦ ସେଟଲମେଣ୍ଟର ଅର୍ଥ ହେଉଛି କୌଣସି ନିବେଶ ବା କ୍ଲେମ ଉପରେ ସମାନ ଦିନରେ ସେଟଲମେଣ୍ଟ କରିବା । ଟି + ୧ର ଅର୍ଥ କ୍ଲେମ ବା ନିବେଶ କରି ଗୋଟିଏ ଦିନ ପରେ ସେଟଲମେଣ୍ଟ କରାଯାଇଥାଏ । ପିଏଫଆରଡିଏ ଏନପିଏସ ଅଧିନରେ ଏପରି ନିୟମର ପରିବର୍ତ୍ତନ କରିଛି ଓ ଜୁଲାଇ ୧ ତାରିଖରୁ ଟି + ୦ ସେଟଲମେଣ୍ଟ ଲାଗୁ ହେବ । ଯଦି କୌଣସି ସବସ୍କ୍ରାଇବର କୌଣସି ସେଟଲମେଣ୍ଟ ଡେ’ର ସକାଳ ୧୧ ପର୍ଯ୍ୟନ୍ତ ନିଜର କଣ୍ଟ୍ରିବ୍ୟୁସନ କରିଦେବ, ତେବେ ତାହା ସେହିଦିନରେ ଇନଭେଷ୍ଟ ହୋଇଯିବ ଓ ସେହିଦିନ ନାଭ ବେନିଫିଟର ଲାଭ ମିଳିବ । ବର୍ତ୍ତମାନ ଟି + ୧ ସେଟଲମେଣ୍ଟ ନିୟମ ଲାଗୁ ହୋଇଛି ଓ ଟ୍ରଷ୍ଟି ବ୍ୟାଙ୍କକୁ ମିଳୁଥିବା କଣ୍ଟ୍ରିବ୍ୟୁସନର ନିବେଶ ପରବର୍ତ୍ତୀ ସେଟଲମେଣ୍ଟ ଡେ’ରେ ହେଉଛି । ନୂଆ ସିଷ୍ଟମ ଅନୁସାରେ, ଶେୟାର ବ୍ୟବସାୟ ଯେଉଁଦିନ ନିବେଶ ବା ସେଲ କରାଯିବ, ସେହିଦିନ ସମାପ୍ତ କରାଯିବ । ନିବେଶକଙ୍କ ଆକାଉଣ୍ଟକୁ ତୁରନ୍ତ ଶେୟାର ଟ୍ରାନ୍ସଫର କରିଦିଆଯିବ । ଅନ୍ୟପକ୍ଷରେ ଆମାଉଣ୍ଟ ତୁରନ୍ତ ଭାବେ ବକ୍ରି କରୁଥିବା ଆକାଉଣ୍ଟରେ ଜମା କରିଦିଆଯିବ ।

Get real time updates directly on you device, subscribe now.