fbpx

ସ୍ଲିପ୍ ଡିଭାଇସ୍ ରିକଲ୍‌ରେ କ୍ଷତି, ୬୦୦୦ କର୍ମଚାରୀ ଛଟେଇ କରିବ ଫିଲିପ୍ସ: ରିପୋର୍ଟ

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ କମ୍ପାନୀ ଫିଲିପ୍ସ ୬,୦୦୦ ଅଧିକ କର୍ମଚାରୀ ଛଟେଇ କରିବା ବୋଲି ସୋମବାର ଘୋଷଣା କରିଛି। କମ୍ପାନୀ କହିଛି ଯେ, ‘ସ୍ଲିପ୍ ଡିଭାଇସ୍ ରିକଲ୍’ ଉପକରଣର ପୁନଃପ୍ରତ୍ୟାବର୍ତ୍ତନ କମ୍ପାନୀର କ୍ଷତି ପରେ ଏହା ବିଶ୍ୱରେ ୬,୦୦୦ ଅଧିକ ଚାକିରି ହ୍ରାସ କରିବ । ଫିଲିପ୍ସ ସିଇଓ ରୟ ଜାକୋବସ୍ ଏକ ବିବୃତ୍ତି ଜାରି କରି ୨୦୨୫ ସୁଦ୍ଧା କର୍ମକ୍ଷେତ୍ରରେ ଆହୁରି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏଫପି ର ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

ଏହିଭଳି ତିନିମାସ ପୂର୍ବରୁ ମଧ୍ୟ କମ୍ପାନୀ ୪,୦୦୦ ଚାକିରି ହ୍ରାସ କରିବାକୁ ଘୋଷଣା କରିଥିଲା । ଏହି ସମୟରେ ଫିଲିପ୍ସ ସିଇଓ ରୟ ଯାଦବ ଏକ ବିବୃତ୍ତିରେ କହିଥିଲେ ଯେ ଉତ୍ପାଦକତା ବୃଦ୍ଧି ଯୋଜନାର ଏକ ଅଂଶ ଭାବରେ ଆମେ ବିଶ୍ ଙ୍ଗକ୍ଟକ୍ସଳ ସ୍ତରରେ ଆମର ପ୍ରାୟ ୪,୦୦୦ କର୍ମଜୀବୀ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ ।

ବର୍ତ୍ତମାନ ବିଶ୍ୱରେ ଆର୍ଥିକ ସଂଙ୍କଟକୁ ଦୃଷ୍ଟିରେ ରଖି ବିଶ୍ୱର ବଡ଼ ବଡ଼ମ୍ମ୍‌ାନୀ ଗୁଡ଼କ ମଧ୍ୟ ଛଟେଇ କରୁଛନ୍ତି । ବିଶ୍ୱରେ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ମେଟା, ଗୁଗଲ, ମାଇକ୍ରୋସଫ୍ଟ, ଟ୍ୱିଟର ଏବଂ ଆମାଜନ ଭଳି କମ୍ପାନୀ ଗୁଡ଼ିକ ମଧ୍ୟ ଖୁବ୍ ଛଟେଇ କରୁଛନ୍ତି । ଏହାବାଦ୍ ଅନେକ ଷ୍ଟାର୍ଟ ଅପ୍ ମଧ୍ୟ ଖର୍ଚ୍ଚ ହ୍ରାସ କରିବାକୁ କର୍ମଚାରୀଙ୍କ ମଧ୍ୟ କମାଉଛନ୍ତି ।

Get real time updates directly on you device, subscribe now.