fbpx

ଡାକଘର ନାଁରେ ହେଉଛି ବଡ଼ ବଡ଼ ଠକେଇ; ଲୋକଙ୍କୁ ସତର୍କ କରାଇଲେ ସରକାର

Advertisement

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସହ ହେଉଥିବା ଅନଲାଇନ ଠକେଇକୁ ନେଇ ସରକାର ଚିନ୍ତିତ ଅଛନ୍ତି। ଟଙ୍କା ହରାଉଥିବା ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଲଗାତାର ସତର୍କ ସୂଚନା ଜାରି କରୁଛନ୍ତି। ସେହିପରି ଡାକଘର ନାଁରେ ହେଉଥିବା ଠକେଇରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ଚେଷ୍ଟା କରିଛନ୍ତି।

ପିଆଇବି ଫ୍ୟାକ୍ଟ ଚେକ୍ ରୁ ଜଣାପଡିଛି ଯେ ଇଣ୍ଡିଆ ପୋଷ୍ଟ ନାମରେ ଲୋକଙ୍କୁ ମେସେଜ ପଠାଯାଉଛି ଏବଂ ସେମାନଙ୍କୁ ଠିକଣା ଅପଡେଟ୍ କରିବାକୁ କୁହାଯାଉଛି। ଏସଏମଏସ ଜରିଆରେ ପଠାଯାଉଥିବା ମେସେଜରେ ଲୋକଙ୍କୁ କିଛି ଦିନ ସମୟ ଦିଆଯାଉଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକଣା ଅପଡେଟ୍ ନକଲେ ସେମାନଙ୍କର ଆସୁଥିବା ପ୍ୟାକେଜ ମଧ୍ୟରୁ ଗୋଟିଏ ଫେରସ୍ତ ହୋଇପାରିବ ବୋଲି କୁହାଯାଉଛି।

ଗ୍ୟାଙ୍ଗ ଏଭଳି ମେସେଜରେ ଦାବି କରିଛି ଯେ ସମ୍ପୃକ୍ତ ୟୁଜରଙ୍କ ଠାରୁ ଏକ ପ୍ୟାକେଜ ଆସୁଛି, ଯାହା ଠିକଣା ଅପଡେଟ୍ ନହେଲେ ଫେରିଯିବ। ଠିକଣା ଅପଡେଟ୍ ଅଭାବରୁ କଥିତ ପ୍ୟାକେଜ୍ ଡେଲିଭରି ହେଉନାହିଁ ଏବଂ ବାରମ୍ବାର ଫେରସ୍ତ କରାଯାଉଛି। ଏସଏମଏସ ଜରିଆରେ ଏକ ଲିଙ୍କ ମଧ୍ୟ ପଠାଯାଉଛି ଏବଂ ସେହି ଲିଙ୍କ ସାହାଯ୍ୟରେ ୟୁଜର୍ସ ଘରେ ବସି ତୁରନ୍ତ ନିଜର ଠିକଣା ଅପଡେଟ କରିପାରିବେ ଏବଂ ଠିକଣା ଅପଡେଟ ହେବାର ୨୪ ଘଣ୍ଟା ମଧ୍ୟରେ ସେମାନେ ପ୍ୟାକେଜର ଡେଲିଭରି ପାଇପାରିବେ ବୋଲି କୁହାଯାଉଛି।

ପିଆଇବି ଫ୍ୟାକ୍ଟ ଚେକ୍ କହିଛି ଯେ ଏଭଳି ମେସେଜ୍ ନକଲି। ଏଭଳି ମେସେଜ ଇଣ୍ଡିଆ ପୋଷ୍ଟ କିମ୍ବା ପୋଷ୍ଟ ଅଫିସ ପକ୍ଷରୁ କେବେ ବି ଲୋକଙ୍କୁ ପଠାଯାଏ ନାହିଁ। ଇଣ୍ଡିଆ ପୋଷ୍ଟ କେବେ ବି ଠିକଣା ଅପଡେଟ୍ ପାଇଁ ଏସଏମଏସ ପଠାଏ ନାହିଁ। ଯଦି ଆପଣଙ୍କ ପାଖକୁ ମଧ୍ୟ ଏଭଳି ମେସେଜ ଆସୁଛି ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ଭୁଲରେ ବି ସନ୍ଦିଗ୍ଧ ଲିଙ୍କଉପରେ କ୍ଲିକ୍ କରନ୍ତୁ ନାହିଁ।

 

Get real time updates directly on you device, subscribe now.