fbpx

ବିମାନ କାନ୍ଧେଇ ନେଉଥିବା ବେଳେ ଦୁର୍ଘଟଣା, ୨ମୃତ, ୩ଆହତ

କଟକ: ରାଜ୍ୟରେ ଏକ ମର୍ମନ୍ତୁଦ ସଡକ ଦୁଘଟଣା ଘଟିଛି । କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରେ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଆଉ ୩ଜଣ ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଦୁହୁରିଆ ଠାରେ କିଛି ଲୋକ ଦୋଳ ବିମାନ ନେଇ ଯାତ୍ରା କରୁଥିଲେ । ହଠାତ୍ ଏକ ପିକଅପ୍ ଭ୍ୟାନ୍ ଆସି ସେହି ଲୋକ ମାନଙ୍କ ଉପରେ ଚଢାଇଦେଇଥିଲା । ଫଳରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତ୍ରୀରେ ଘନ କୁହୁଡି କାରଣରୁ ଦୁର୍ଘଟଣା ହୋଇଛି ବୋଲି ଆଶଙ୍କା କରାଯାଉଛି ।

ଘଟଣାସ୍ଥଳରେ ମୃତକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହତଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଚମ୍ପଟ ମାରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.