fbpx

ବଡ଼ ସଫଳତା: ଘୁଷୁରୀ ଚର୍ମ ଯୋଗୁଁ ଫେରିଲା ୨୦ ରୋଗୀଙ୍କ ଦୃଷ୍ଟିଶକ୍ତି, ଅନୁସନ୍ଧାନକାରୀମାନେ ଏହି ଉପାୟରେ କଲେ କର୍ନିଆ ‘ପ୍ରତିରୋପଣ’

Advertisement

ନୂଆଦିଲ୍ଲୀ: ଅନୁସନ୍ଧାନକାରୀମାନେ ଘୁଷୁରୀ ଚର୍ମରୁ ପ୍ରସ୍ତୁତ କର୍ଣ୍ଣିଆ ‘ଇମପ୍ଲାଣ୍ଟ’ ବା ‘ପ୍ରତିରୋପଣ’ ସହିତ ଭାରତ ଏବଂ ଇରାନର ୨୦ ଜଣ ରୋଗୀଙ୍କ ଦୃଷ୍ଟି ଶକ୍ତି ଫେରାଇ ଆଣିବାରେ ସଫଳ ହୋଇଛନ୍ତି । କର୍ଣ୍ଣିଆର ପ୍ରତିରୋପଣ ସହ ଜଡ଼ିତ ଅସ୍ତ୍ରୋପଚାର ପୂର୍ବରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଦୃଷ୍ଟିହୀନତାର ସମ୍ମୁଖୀନ ହୋଇଥିଲେ ।

ଏହି ଅନୁସନ୍ଧାନକୁ ଗୁରୁବାର ଦିନ ‘ଜର୍ନାଲ୍ ନେଚର ବାୟୋଟେକ୍ନୋଲୋଜି’ରେ ପ୍ରକାଶିତ କରାଯାଇଛି । କର୍ଣ୍ଣିଆରେ ବ୍ୟାଘାତ ହେତୁ ଦୃଷ୍ଟିହୀନତା କିମ୍ବା କମ୍ ଆଲୋକର ଅଭିଯୋଗରେ ପୀଡିତ ରୋଗୀଙ୍କ ପାଇଁ ଏହା ଏକ ନୂତନ ଆଶାର କିରଣ ଆଣିଛି । ଅନ୍ତର୍ଜାତୀୟ ଅନୁସନ୍ଧାନକାରୀମାନଙ୍କର ଏକ ଟିମ୍ ମଣିଷ ଡୋନରରୁ ପ୍ରାପ୍ତ କର୍ଣ୍ଣିଆ ବଦଳରେ ଘୁଷୁରୀର ଚର୍ମରେ ପ୍ରସ୍ତୁତ କର୍ଣ୍ଣିଆ ‘ପ୍ରତିରୋପଣ’ କରିଥିଲେ । ଏହି ଟିମରେ ଦିଲ୍ଲୀ ଏମ୍ସର ଅନୁସନ୍ଧାନକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

ଅନୁସନ୍ଧାନକାରୀ ଦଳରେ ଥିବା ସ୍ୱିଡେନର ଲିଙ୍କୋପିଙ୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ନୀଲ ଲଗଲି କହିଛନ୍ତି, ‘ଫଳାଫଳ ଦର୍ଶାଏ ଯେ ଏପରି ଜୈବିକ ସମାଗ୍ରୀର ବିକଶିତ କରିବା ସମ୍ଭବ, ଯାହା ମାନବଙ୍କ ପ୍ରତିରୋପଣର ସମସ୍ତ ମାନଦଣ୍ଡ ପୂରଣ କରେ ଯାହା ବହୁଳ ଭାବରେ ଉତ୍ପାଦିତ ହୋଇପାରିବ । ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଗଚ୍ଛିତ ରଖାଯାଇପାରିବ । ଏହି ଉପାୟରେ ଦୃଷ୍ଟି ଶକ୍ତିରେ ପୀଡିତ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ସମ୍ଭବ ହୋଇଯିବ ।’

ଲଗାଲିଙ୍କ ଅନୁସାରେ, ‘ଏହି ଅନୁସନ୍ଧାନ ପ୍ରତିରୋପଣ ପାଇଁ କର୍ଣ୍ଣିଆ ଟିସୁ ଅଭାବର ସମସ୍ୟାର ମୁକାବିଲା ତଥା ଅନ୍ୟ ଚକ୍ଷୁ ରୋଗର ଚିକିତ୍ସା ବିକାଶରେ ସହାୟକ ହେବ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବିଶ୍ୱର ପ୍ରାୟ ୧୨.୭ ନିୟୁତ ଲୋକ କର୍ଣ୍ଣିଆର କ୍ଷତି କିମ୍ବା ନଷ୍ଟ ହେତୁ ଦୃଷ୍ଟିହୀନତାର ଶିକାର ହୋଇଛନ୍ତି । କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ ଖୋଜୁଥିବା ଅଧିକାଂଶ ରୋଗୀ ସ୍ୱଳ୍ପ କିମ୍ବା ମଧ୍ୟମ ଆୟକାରୀ ଦେଶରେ ବାସ କରନ୍ତି ଯେଉଁଠାରେ ଚିକିତ୍ସା ସୁବିଧା ସୀମିତ ରହିଛ

Get real time updates directly on you device, subscribe now.