fbpx

ଉଡ଼ନ୍ତା ଫ୍ଲାଇଟରେ ଯାତ୍ରୀ ପଠାଇଲେ ଏମିତି ଫଟୋ… ପାଇଲଟ କହିଲେ ଓହ୍ଲାଇଦେବି ପ୍ଲେନ୍

ନୂଆଦିଲ୍ଲୀ: ଅନେକ ସମୟରେ ବିମାନରେ ତ୍ରୁଟି ହେଉ, କିମ୍ବା ଯାତ୍ରୀଙ୍କ ଅସୁବିଧା ଯୋଗୁଁ ବିମାନ ଜରୁରୀକାଳୀନ ଅବତରଣ କରିଥାଏ । କିନ୍ତୁ ଜଣେ ପାଇଲଟ ବିମାନରେ ଜଣେ ଯାତ୍ରୀଙ୍କ ହରକତ ଯୋଗୁଁ ଏତେ ବ୍ୟଥିତ ହୋଇଥିଲେ ଯେ ସେ ଫ୍ଲାଇଟ କ୍ୟାନ୍ସଲ କରିବାର ଚେତାବନୀ ଦେବାକୁ ପଡ଼ିଥିଲା । ଏତିକି ନୁହେଁ ସେ ଯାତ୍ରୀଙ୍କୁ ଓହ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଥିଲେ ।

ପ୍ରକୃତରେ କିଛି ଯାତ୍ରୀ ପାଇଲଟକୁ ଏଆରଡ୍ରପ୍ ମାଧ୍ୟମରେ ନ୍ୟୁଡ୍ ଫଟୋ ପଠାଉଥିଲେ । ଆଉ ଯାତ୍ରୀଙ୍କ ହରକତରେ ପାଇଲଟରେ ଏତେ ଚିନ୍ତିତ ହୋଇପଡ଼ିଥିଲେ । ଯେ ଯେ ଫ୍ଲାଇଟ କ୍ୟାନ୍ସଲ କରିବାକୁ ଚେତାବନୀ ଦେଇଥିଲେ  । ପାଇଲଟ କହିଥିଲେ ଯଦି ଏହି ନ୍ୟୁଡ୍ ଫଟୋ ପଠାଇବା ବନ୍ଦ ନକରନ୍ତି, ତେବେ ବିମାନକୁ ଓହ୍ଲାଇଦିଆଯିବ । ଆପଣଙ୍କମାନଙ୍କ ଛୁଟି ନଷ୍ଟ ହେବ ଏବଂ ସିକ୍ୟୁରିଟି ଡାକିବାକୁ ପଡ଼ିବ ।

ଏନୱାଇପୋଷ୍ଟ.କମ୍ ପୋଷ୍ଟର ଏକ ରିପୋର୍ଟ ଅନୂଯାୟୀ, ମାମଲା ସାଉଥୱେଷ୍ଟ ଏୟାରଲାଇନ୍ସର । ଫ୍ଲାଇଟ ମେକ୍ସିକୋ ଯାଉଥିଲା । ସେତିକିବେଳେ ଏଥିରେ ଯାତ୍ରା କରୁଥିବା ପାସେଞ୍ଜର ପାଇଲଟଙ୍କୁ ନ୍ୟୁଡ ଫୋଟୋ ପଠାଉଥିଲେ । ଏହାକୁ ନେଇ ପାଇଲଟ ଇଣ୍ଟରକମ୍ ରେ ଚେତାବନୀ ଦେଇଥିଲେ । ପାଇଲଟଙ୍କ ଏହି ଚେତାବନୀକୁ ବିମାନରେ ସବାର କେହି ଯାତ୍ରୀ ଭିଡିଓ କରିଥିଲେ ଆଉ ଟିକଟକ୍ ରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ ହେଉଛି ।

ଏୟାରଡ୍ରପ୍ ମାଧ୍ୟମରେ ଆଇଫୋନ୍ ୟୁଜର୍ସ ବିନା ୱାଇ-ଫାଇ କିମ୍ବା ଡାଟାର ବ୍ୟବହାର କରି ଅନ୍ୟ ଆପଲ ବ୍ୟବହାରକରୀଙ୍କୁ ଡିଜିଟାଲ ଫାଇଲ ପଠାଇପାରିବେ ।

 

Get real time updates directly on you device, subscribe now.