fbpx

ପିପିଲି ଉପନିର୍ବାଚନ ପାଇଁ ଲକଡାଉନ୍ ଓ ସଟଡାଉନ୍ ନିୟମ କୋହଳ

ଭୁବନେଶ୍ୱର ୦୨ ।୦୫ (ଓଡ଼ିଶା ଭାସ୍କର) : ପିପିଲି ଉପନିର୍ବାଚନ ପାଇଁ କଟକଣା କୋହଳ କରାଯାଇଛି । ପିପିଲି ଉପନିର୍ବାଚନ ଲାଗି କୋହଳ ହୋଇଛି ଲକଡାଉନ୍ ଓ ସଟଡାଉନ୍ ନିୟମ । ନିର୍ବାଚନ କାର୍ଯ୍ୟ ଓ ଅଧିକାରୀଙ୍କ ଯାତାୟତ ପାଇଁ ମୁକ୍ତ ହେବ କଟକଣା । ଭୋଟଗ୍ରହଣ ଓ ପ୍ରାର୍ଥୀଙ୍କ ଯିବାଆସିବା ଉପରେ କଟକଣା ଲାଗୁ ହେବ ନାହିଁ । ସୂଚନା ଅନୁସାରେ ଆଜି ରାଜ୍ୟ ସରକାରଙ୍କ ତରଫରରୁ ସାରା ରାଜ୍ୟରେ ୧୪ ଦିନିଆ ଲାକଡାଉନ୍ ଘୋଷଣା କରାଯାଇଛି । ଏହି ଲକଡାଉନ୍ ମେ’ ୫ତାରିଖ ଠାରୁ ଆରମ୍ଭ ହୋଇ ମେ’ ୧୯ ତାରିଖ ଯାଏ ରହିବ । ଏଥିରେ ଅତି ଜରୁରୀ ସାମଗ୍ରୀ ସହ ମେଡିକାଲ ସେବା ଜାରି ରହିବ । କରୋନା ସଂକ୍ରମଣ ରୋକିବା ଲାଗି ସରକାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.