ନୂଆଦିଲ୍ଲୀ: ଜନ ସୁରାଜର ପ୍ରତିଷ୍ଠାତା ଶୁକ୍ରବାର ଗୟାରେ ଏକ ପ୍ରେସ କନଫେରେନ୍ସ ଡକାଇ ପୁଣି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ । ଖାଲି ନୀତିଶ ନୁହଁନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ମଧ୍ୟ ଛାଡିନାହାନ୍ତି । ପ୍ରଶାନ୍ତ କହିଲେ, ନୀତିଶ ଆସିଲେ କହିବେ, ମୁଁ ଏତେ କାମ କଲି କି, ଆଗରୁ ଲାଲୁଙ୍କ ପିରିୟଡରେ ଗୟା ୬ଟାରୁ ବନ୍ଦ ହେଉଥିବା ବେଳେ ଏବେ ରାତି ୮ଟା ଯାଏ ଖୋଲା ରହୁଛି । ତେବେ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ କରିଛି ଜନତା, ତାକୁ ଜଣାଅଛି ଗୟା କେତେବେଳେ ବନ୍ଦ ହେଉଛି । ଜନତାକୁ ଜାଣିବାର ଅଛି ଗୟା – ପାଟନା କେବେ ବେଙ୍ଗାଲୁରୁ କି ହାଇଦ୍ରାବାଦ ହେବ? ଗୋଟିଏ ଗାଈକୁ ଆଉ କେତେ ଦୁହିଁବେ?
ପିକେ ଆଗକୁ କହିଛନ୍ତି, ବିହାରରେ କୌଣସି ବି ନେତା ଜାତି ରାଜନୀତି କରୁନାହାନ୍ତି । ଲୋକଙ୍କୁ ଲାଗୁଥିବା ନୀତିଶ, ଲାଲୁ ଓ ମାଝୀ ଜାତି ରାଜନୀତି କରୁଛନ୍ତି । ଯଦି ଲାଲୁ ଜାତି ରାଜନୀତି କରୁଥାନ୍ତେ ତେବେ ଏମିତି କହି ଥାନ୍ତେ କି, ଯାଦବ ସମାଜରେ ଜଣେ ଯୋଗ୍ୟ ବ୍ୟକ୍ତି ଆରଜେଡିର ନେତା ହେବେ । ପୁଣି ଜିତନ ରାମ ମାଝୀଙ୍କୁ ଟାର୍ଗେଟ କରି ପିକେ ଆଗକୁ କହିଲେ, ମାଝୀ ଯଦି ମାଝୀ ସମାଜ ପାଇଁ ଚିନ୍ତା କରୁଥାନ୍ତେ ସେ କହିଥାନ୍ତେ କି ମାଝୀ ସମାଜର କେହି ନେତା ହେବେ । ହେଲେ ସେ ମନ୍ତ୍ରୀ ହୋଇଛନ୍ତି, ଏହି କଥା କହୁଛନ୍ତି . ମୋ ପୁଅ ମନ୍ତ୍ରୀ ହେଲା । ଏବେ ମୋ ବୋହୂକୁ ବିଧାୟକ କର । ସେ ନିଜ ପରିବାର ପାଇଁ ଚିନ୍ତା କରୁଛନ୍ତି, ସମାଜ ପାଇଁ ନୁହେଁ । ଖାଲି ଏମାନେ ନୁହଁନ୍ତି, ବିହାରରେ ଯିଏ ବି ନେତା ହୋଇଛନ୍ତି, ସେମାନେ ନିଜ ପରିବାର କଥା ଚିନ୍ତା କରୁଛନ୍ତି ।
ଆଗକୁ ନିଜ ଦଳର ଆଭିମୁଖ୍ୟ ଉପରେ ପିକେ କହିଛନ୍ତି କି, ଜନ ସୁରାଜ ଦୁଇ ବର୍ଷରେ କେଉଁଠି ଜାତିକୁ ନେଇ ଭୋଟ ମାଗିଛି, କୁହନ୍ତୁ । ମୁଁ କେବଳ ବିହାରର ରାଜନୀତିର ଗତିକୁ ବଦଳାଇ ଶିକ୍ଷା ଓ ପଳାୟନ ରୋକିବା ଉପରେ କହିଆସିଥି । ମୁଁ ଭୋଟ ମାଗୁନି, କହୁଛି କାହାକୁ ଭୋଟ ଦେବ । ପିକେ ସିଧା ସଳଖ ନିଜ ଦଳ ପାଇଁ ଭୋଟ ନ ମାଗି ଚତୁରତା ସହ ବିରୋଧୀଙ୍କ ଦୋଷଦୁର୍ବଳତାକୁ ଲୋକଙ୍କ ଆଗରେ ରଖି ଉଚିତ ପ୍ରାର୍ଥୀକୁ ଭୋଟ ଦେବାକୁ କହି ପରୋକ୍ଷରେ ଭୋଟ ମାଗିଛନ୍ତି ।