ଆମେରିକାର ଟେକ୍ସାସରେ ରନୱେ ବଦଳରେ ଏକ ବିମାନ ରାସ୍ତାରେ ଲ୍ୟାଣ୍ଡିଂ କରିଛି । ରାସ୍ତାରେ ଅବତରଣ କରିବା ମାତ୍ରେ ବିମାନଟି ଦୁଇ ଫାଳ ହୋଇଗଲା । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ରାସ୍ତାରେ ଅବତରଣ କରିବା ସମୟରେ ବିମାନଟି ଅନେକ କାରକୁ ମଧ୍ୟ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ପରେ ବିମାନର ଛିନ୍ନଛତ୍ର ହୋଇ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ବୁଧବାର ଅପରାହ୍ନରେ ଦକ୍ଷିଣ ଟେକ୍ସାସର ଭିକ୍ଟୋରିଆ ସହରର ରାଜ୍ୟ ରାଜପଥରେ ଏହି ଘଟଣା ଘଟିଛି ।
ବିମାନ ଅବତରଣର ଭିଡିଓ ଦେଖନ୍ତୁ …
Plane crash in Victoria, Texas. 😮pic.twitter.com/TzkHGHI4Eb
— DramaAlert (@DramaAlert) December 12, 2024
ଭିକ୍ଟୋରିଆ ପୋଲିସ ବିଭାଗର ଡେପୁଟି ପୋଲିସ ମୁଖ୍ୟ ଆଲିନ ମୋୟା କହିଛନ୍ତି, “ଆମେ ଖୁସି ଯେ ପରିସ୍ଥିତି ଅଧିକ ଖରାପ ହୋଇନାହିଁ । ଏମିତି ପ୍ରତିଦିନ ହୁଏନାହିଁ । ଆମେ ଖୁସି କି ଲୋକମାନେ ଠିକ୍ ଅଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସ୍ଥିର, ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।’
ଦୁର୍ଘଟଣାର ତଦନ୍ତ ଆରମ୍ଭ :-
ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଏହା ଏକ ଟ୍ୱିନ୍ ଇଞ୍ଜିନ୍ ପାଇପର୍ ପିଏ-୩୧ ବିମାନ ଥିଲା । ଦୁର୍ଘଟଣା ସମୟରେ କେବଳ ପାଇଲଟ ବିମାନରେ ଥିଲେ । ଭିକ୍ଟୋରିଆ ପୋଲିସ ବିଭାଗ ଏବଂ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ବିମାନଟି ବୁଧବାର ଦିନ ୯:୫୨ ରେ ଭିକ୍ଟୋରିଆ ଆଞ୍ଚଳିକ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଥିଲା ଓ ଦୁର୍ଘଟଣା ପୂର୍ବରୁ ପ୍ରାୟ ପାଞ୍ଚ ଘଣ୍ଟା ଧରି ପବନରେ ଥିଲା ।