ପୁଣି ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍

ମିଳିନି ମୃତକଙ୍କ ସୂଚନା।

ଆମେରିକା: ଆମେରିକାରେ ବିମାନ ଦୁର୍ଘଟଣା। ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା। ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍।

ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA)ର ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଟେନେସି ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ।

ଟୁଲାହୋମା ପୋଲିସ ବିଭାଗ ଅନୁଯାୟୀ, ନାଶଭିଲ୍ ଠାରୁ ପ୍ରାୟ ୭୭ ମାଇଲ୍ ଦକ୍ଷିଣ-ପୂର୍ବରେ ଟେନେସିର ତୁଲାହୋମାରେ ଏହି ଦୁର୍ଘଟଣା ଘଟିଛି। ହେଲେ ଏହି ଦୁର୍ଘଟଣାରେ କୌଣସି ମୃତ୍ୟୁ ହୋଇଥିବା ଜଣାପଡ଼ିନାହିଁ।

ଅଧିକାରୀମାନେ କହିଛନ୍ତି ଯେ ବିମାନରେ ଥିବା ୨୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କୁ ହସ୍ପିଟାଲ ପଠାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।  ପୋଲିସର କହିବା କଥା, ବିମାନଟି ତୁଲାହୋମା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ସ୍ଥାନୀୟ ସମୟ ପ୍ରାୟ ୧୨:୩୦ ସମୟରେ ଦୁର୍ଘଟଣା ଘଟିଥିଲା। କେଉଁ କାରଣ ପାଇଁ ଦୁର୍ଘଟଣା ହେଲା ତାହାର ତଦନ୍ତ କରାଯାଉଛି।