fbpx

ସପ୍ତାହକ ମଧ୍ୟରେ କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୮(ଓଡ଼ିଶା ଭାସ୍କର): ରାଜ୍ୟରେ କୋରୋନା ସ୍ଥିତି ଓ ରଣନୀତି ନେଇ ଭିସି ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସପ୍ତାହକ ମଧ୍ୟରେ କୋରାପୁଟରେ  ପ୍ଲାଜମା ବ୍ୟାଙ୍କ ହେବ। ଏହାସହ ୪ ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୪ ଜିଲ୍ଲା ଗୁଡିକ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା।

ପ୍ରତି ୧୦ ଲକ୍ଷରେ ୧୦୯୬ ଟେଷ୍ଟ କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ରାଜ୍ୟରେ ଟେଷ୍ଟିଂ ବୃଦ୍ଧି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ସେ କହିଛନ୍ତି ଯେ ୫୦ ଲକ୍ଷ କୋଭିଡ୍‌ ଯୋଦ୍ଧାଙ୍କୁ ତାଲିମ କୋଭିଡ୍‌ ଯୁଦ୍ଧକୁ ମଜଭୁତ କରିଛି। ଏହା ବାସ୍ତବରେ ଏକ ବଡ଼ ସଫଳତା । ଏହାସହ କୋଭିଡ୍‌ କେୟାର ସେଣ୍ଟର ସଂଖ୍ୟା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

 

Get real time updates directly on you device, subscribe now.