fbpx

+୨ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ, ଜାଣନ୍ତୁ କେତେ ପିଲାଙ୍କର ହୋଇଛି ଚୟନ ?

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷପାଇଁ +୨ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ୨୭ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ଆସନ୍ତା ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୭ରୁ ୧୦ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ସୂଚନା ଅନୁସାରେ, ରାଜ୍ୟର ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ୍‍ ୫ ଲକ୍ଷ ୪୮ ହଜାର ୩୪୫ଟି ସିଟ୍‍ ରହିଛି ।

ତେବେ ରାଜ୍ୟର ୨ ହଜାର ୩୪୩ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ମୋଟ୍‍ ୫ ଲକ୍ଷ ୪୮ ହଜାର ୨୪୯ଟି ଆସନ ରହିଥିବାବେଳେ ନାମ ଲେଖାଇବା ପାଇଁ ୪ ଲକ୍ଷ ୭୧ ହଜାର ୫୮୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

କଳା ଶିକ୍ଷାରେ, ରାଜ୍ୟରେ ୩ ଲକ୍ଷ ୧୦ ହଜାର ୧୩୬ ଆସନ ରହିଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୮୦, ଉପଶାସ୍ତ୍ରୀରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ଟି ଆସନ ରହିଛି । ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ପହିଲାରୁ ଯୁକ୍ତ ୨ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ ହେବ ।

 

Get real time updates directly on you device, subscribe now.