fbpx

ବଡ଼ ଖବର: ଜୁନ୍ ୨ରୁ ଆରମ୍ଭ ହେବ +୨ ମୂଲ୍ୟାୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜୁନ୍ ୨ରୁ ଆରମ୍ଭ ହେବାକୁ ଯାଉଛି +୨ ମୂଲ୍ୟାୟନ । ୬୪ ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ଜରିଆରେ ହେବ ମୂଲ୍ୟାୟନ । ସୂଚନା ମୁତାବକ, ୬୪ଟି କେନ୍ଦ୍ରରେ ଅଫଲାଇନ୍ ଓ ୩୭ଟି କେନ୍ଦ୍ରରେ ଅନଲାଇନ୍ ମାଧ୍ୟମରେ ଖାତାଦେଖା ହେବ ।

ତେବେ ୨ଟି ପର୍ଯ୍ୟାୟରେ +୨ ଖାତାଦେଖା ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଏହା ସହ ଜୁନ୍ ୧୩ରୁ ୨୨ ଯାଏଁ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.