fbpx

କେବେ ହେବ +2 ପରୀକ୍ଷା; ଘୋଷଣା ହେଲା ତାରିଖ, ଉପସ୍ଥାନ କମ୍ ଥିଲେ ମିଳିବନି ଆଡମିଟ୍ କାର୍ଡ

ଭୁବନେଶ୍ବର : ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ । କେବେ ପରୀକ୍ଷା ହେବେ ସେନେଇ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ଆଜି ତାରିଖ ଘୋଷଣା କରକିଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡାକ୍ତର ପ୍ରଶାନ୍ତ କୁମାର ପରିଡା । ଦୁଇଟି ପର୍ଯ୍ୟାରେ ଯୁକ୍ତ ଦୁଇ ପରୀକ୍ଷା ଅର୍ଥାତ ପ୍ରାକ୍ଟିକାଲ ଏବଂ ଇଣ୍ଟରନାଲ ହେବା ନେଇ ଘୋଷଣା କରିଛନ୍ତି ।

ଆସନ୍ତା ଡିସେମ୍ବରରେ ପରୀକ୍ଷା ଅନୁଷ୍ଠିତ ହେବ । ଡିସେମ୍ବର 26 ତାରିଖରୁ 30 ତାରିଖ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ । ଏହା ସରିବା ପରେ ଜାନୁଆରୀ 2ରୁ 12 ଭିତରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ଅନ୍ୟପଟେ ଫେବୃଆରୀ 15ରୁ ମାର୍ଚ୍ଚ 20 ତାରିଖ ଭିତରେ ମେନ୍ ପରୀକ୍ଷା ହେବ । ବାଣିଜ୍ୟ, କଳା, ବିଜ୍ଞାନ ପରୀକ୍ଷାର ସୂଚି ଆଗାମୀ ଦିନରେ ପ୍ରକାଶିତ ହେବ । ପରୀକ୍ଷା ସରିବାର 45 ଦିନ ଭିତରେ ଫଳାଫଳ ବାହାରିବ । ଏନେଇ ପ୍ରଶାନ୍ତ କୁମାର ପରିଡା କହିଛନ୍ତି, ବର୍ତ୍ତମାନ ଫର୍ମ ଫିଲପ ଜାରି ରହିଛି । ଯେଉଁମାନେ କୌଣସି କାରଣବଶତଃ ଏଥିରୁ ବାଦ ପଡିଯାଇଛନ୍ତି ସେମାନେ ଫାଇନ ଦେଇ କରିପାରିବେ । ଘୋଷଣା ମୁତାବକ 75 ପ୍ରତିଶତ ଉପସ୍ଥାନ ନଥିଲେ, ଆଡମିଟ କାର୍ଡ ମିଳିବ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.