fbpx

ଆସନ୍ତା ଏପ୍ରିଲରେ ହେବ ଯୁକ୍ତ ଦୁଇ ପରୀକ୍ଷା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଏନେଇ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ବାବଦରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ପରିଷଦ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ମତାମତ ଗ୍ରହଣ କରାଯାଇଛି । ସବୁବର୍ଗର କଲେଜ ଅଧ୍ୟକ୍ଷମାନେ ଅଫଲାଇନ ପରୀକ୍ଷା ସମ୍ପର୍କରେ ମତ ଦେଇଛନ୍ତି ।

ଏନେଇ ପରିଷଦ ପକ୍ଷରୁ କୁହାଯାଇଛି ଯେ, କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ମତାମତ ନିଆଯାଇଛି । ଆଗାମୀ ଦିନରେ ବିଶେଷଜ୍ଞ, ଅଭିଭାବକ, ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କ ମତାମତ ଲୋଡ଼ାଯିବ । ସମସ୍ତ ଅଂଶୀଦାରଙ୍କ ମତ ଅନୁଯାୟୀ ପରୀକ୍ଷା ସମୟ ଧାର୍ଯ୍ୟ ହେବ । ଏଥର ପରୀକ୍ଷା ଦେବା ଲାଗି ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ମତାମତ ନିଆଯିବା ପରେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ଓ ପ୍ରଶ୍ନପତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣକୁ ନଜରରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.