ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ତାରିଖ ଘୋଷଣା କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ପରୀକ୍ଷା ତାରିଖ ଘୋଷଣା କରିଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) । ଡିସେମ୍ବର ୨୩ରୁ ଯୁକ୍ତଦୁଇ ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହେବ । ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ରୁ ୧୨ ତାରିଖ ମଧ୍ୟରେ ହେବ । ଏନେଇ ସିଏଏଚଏସଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ମଧ୍ୟରେ ବାର୍ଷିକ ପରୀକ୍ଷା କରିବା ନେଇ ଯୋଜନା କରାଯାଇଛି ।