fbpx

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଲକ୍ ଡାଉନ ବୃଦ୍ଧି ନେଇ ହେବ ଚୁଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):କଣ ସାରା ଦେଶରେ ବଢ଼ିବ ଲକ୍ ଡାଉନ୍ ଅବଧି ? ୧୪ ପରିବର୍ତ୍ତେ ୩୦ କୁ ଘଂଚିବ ? କଣ ରହିବ ଏହାର ପ୍ରଭାବ ? ଏନେଇ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଓଡିଶା,ପଂଜାବ ପ୍ରଭୃତି ରାଜ୍ୟ ଜନସ୍ୱାର୍ଥକୁ ଅଖିରେ ରଖି ୩୦ ପର୍ଯ୍ୟନ୍ତ ଲକ୍ ଡାଉନ ଅବଧି ବୃଦ୍ଧି କରିଛନ୍ତି ।ତେଲେଙ୍ଗାନା ,ମହାରାଷ୍ଟ୍ର ,କର୍ଣ୍ଣାଟକ ବି ସେହି ମୁଡରେ ଅଛନ୍ତି । ଏଭଳି ସ୍ଥଳେ ନୂଆ ଲକ୍ ଡାଉନ ର ଅବଧି କଣ ରହିବ ଓ ଏଥିରେ କିଛି କୋହାଳ କରାଯିବ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପରାମର୍ଶ କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଯାହା ନିଷ୍ପତ୍ତି କରାଯିବ ତାହା ଆଜି ସନ୍ଧ୍ୟା ବା ଆସନ୍ତା କାଲି ଘୋଷଣା କରାଯିବ । କିନ୍ତୁ ଯାହା ସୂଚନା ମିଳୁଛି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନବୀନଙ୍କ ରାସ୍ତାରେ ଯିବେ ।ଏଭଳି ହେଲେ ଲକ୍ ଡାଉନ୍ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।

Get real time updates directly on you device, subscribe now.