fbpx

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କହିଲେ ଆତଙ୍କିତ ହୁଅନ୍ତୁ ନାହିଁ, ସାବଧାନ ରୁହନ୍ତୁ

ନୂଆଦିଲ୍ଳୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ବଢ଼ିଛି । ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏହା ସତର୍କ ରହିବାର ସମୟ ସାବଧାନ ରହିବା । ଭୟଭୀତ ନହୋଇ ଏହାକୁ ମୁକାବିଲା କରିବା ପାଇଁ ମାସ୍କ ପିନ୍ଧିବା ଏବଂ ସମୟ ସମୟରେ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଦେଶରେ ୧ ଲକ୍ଷ ୪୦ ହଜାର ଆଇସିୟୁ ବେଡ୍ ଉପଲବ୍ଧ ଅଛି । ଏପର୍ଯ୍ୟନ୍ତ ଦେଶରେ ୬୧%ରୁ ଅଧିକ ଲୋକ ଉଭୟ ଡୋଜ୍ ନେଇସାରିଛନ୍ତି । ଏଯାଏଁ ୧୪୧ କୋଟି ଡୋଜ୍ ଟିକା ଦିଆଯାଇଛି ।

Get real time updates directly on you device, subscribe now.