fbpx

ଟିକା ନେବେ ପିଏମ୍, ସିଏମ୍

ନୂଆଦିଲ୍ଲୀ,୨୧ ।୧: କୋରୋନା ଟିକାକରଣକୁ ନେଇ ଆସିଛି ବଡ଼ ଖବର । ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ନେବେ କୋରୋନା ଟିକା । ୫୦ ବର୍ଷରୁ ଅଧିବ ବୟସର ମନ୍ତ୍ରୀ, ନେତାଙ୍କୁ ଟିକା ଦିଆଯିବ ।

ତେବେ ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାଗଣାରେ ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର। ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ, ପୋଲିସ କର୍ମଚାରୀ ଏବଂ ରେସ୍କ୍ୟୁ ଅପରେସନରେ ମୁତୟନ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯିବ।

Get real time updates directly on you device, subscribe now.