fbpx

ଜନଧନ ଯୋଜନାରେ ଆକାଉଣ୍ଟ ଥିଲେ ବିନା ବାଲାନ୍ସରେ ଉଠାଇପାରିବେ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଚେକ୍ ବୁକ୍, ପାସବୁକ୍, ଆକସ୍ମିକ ବୀମା ଇତ୍ୟାଦି ଅନେକ ପ୍ରକାରର ବ୍ୟାଙ୍କିଙ୍ଗ୍ ସୁବିଧା ମିଳିଥାଏ । ଏସବୁ ସହିତ ଗ୍ରାହକମାନଙ୍କୁ ଓଭରଡ୍ରାଫ୍ଟର ସୁବିଧା ମଧ୍ୟ ମିଳିଥାଏ । ଏହାର ସାହାଯ୍ୟରେ ବ୍ୟାଙ୍କ ଆକାଉଣ୍ଟରେ କୌଣସି ବାଲାନ୍ସ ନଥିଲେ ମଧ୍ୟ ଆପଣ ଆବଶ୍ୟକ ସମୟରେ ଟଙ୍କା ଉଠାଇ ପାରିବେ ।

ଜନ ଧନ ଯୋଜନାରେ ଶୂନ ବାଲାନ୍ସରେ ଆକାଉଣ୍ଟ ଖୋଲାଯାଏ । ଏହି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର କୌଣସି ଆବଶ୍ୟକତା ନାହିଁ । ଯଦିଓ ଆପଣଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନାହିଁ, ତେବେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ଓଭରଡ୍ରାଫ୍ଟର ସୀମା କେତେ ?

ଜନ ଧନ ଆକାଉଣ୍ଟରେ କୌଣସି ବାଲାନ୍ସ ନଥିଲେ ବି ଆପଣ ୧୦,୦୦୦ ଟଙ୍କା ଓଭରଡ୍ରାଫ୍ଟର ସୁବିଧା ପାଇପାରିବେ । ଯଦି ଆପଣଙ୍କର ଜନ ଧନ ଆକାଉଣ୍ଟ ଅତି କମରେ ୬ ମାସ ପୁରୁଣା ତେବେ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ । ଯେଉଁମାନଙ୍କର ଜନ ଧନ ଆକାଉଣ୍ଟ ୬ ମାସରୁ ଅଧିକ, ସେମାନେ ସ୍ୱୟଂଚାଳିତ ଭାବରେ ଓଭରଡ୍ରାଫ୍ଟ ସୁବିଧା ପାଆନ୍ତି । ଏହା ପରେ ଯେତେବେଳେ ଆପଣ ଆବଶ୍ୟକ କରନ୍ତି ଓଭରଡ୍ରାଫ୍ଟ ଅଧୀନରେ ୧୦,୦୦୦ ଟଙ୍କା ଉଠାଇପାରିବେ । ସେହିପରି ଆକାଉଣ୍ଟ ଖୋଲିବା ପରେ ତୁରନ୍ତ ଆପଣ ୨୦୦୦ ଟଙ୍କାର ଓଭରଡ୍ରାଫ୍ଟର ଲାଭ ଉଠାଇ ପାରିବେ ।

ଜନ ଧାନ ଆକାଉଣ୍ଟରେ ଏହି ସୁବିଧା ଉପଲବ୍ଧ :-

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ଆପଣ ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ । ଜନ ଧନ ଆକାଉଣ୍ଟରେ ଆପଣ ବାକି ଆକାଉଣ୍ଟ ପରି ଜମା ହୋଇଥିବା ରାଶି ଉପରେ ସୁଧର ସୁବିଧା ପାଇପାରିବେ । ଏହା ସହିତ ଆପଣଙ୍କୁ ଏକ ରୁପି ଏଟିଏମ କାର୍ଡ ମଧ୍ୟ ପ୍ରଦାନ କରାଯିବ । ଏହା ବ୍ୟତୀତ ଆପଣଙ୍କୁ ୨ ଲକ୍ଷ ଟଙ୍କା ଆକ୍ସଡେଣ୍ଟାଲ୍ ବୀମା ଏବଂ ଏଥିରେ ୩୦ ହଜାର ଟଙ୍କା ବୀମା ମଧ୍ୟ ଦିଆଯିବ ।

ଜନ ଧାନ ଖାତା ଖୋଲିବା ପାଇଁ ଯୋଗ୍ୟତା :-

ଜନ ଧନ ଯୋଜନା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ ସହିତ ଯୋଡିବା ପାଇଁ ଆରମ୍ଭ କରାଯାଇଛି । ଏହା ଅଧୀନରେ ୧୦ ବର୍ଷରୁ ଅଧିକ ଭାରତୀୟ ନାଗରିକ ଯେକୌଣସି ବ୍ୟାଙ୍କରେ ତାଙ୍କର ଜନ ଧନ ଆକାଉଣ୍ଟ ଖୋଲିପାରିବେ । ଯେକୌଣସି ବ୍ୟାଙ୍କ ଶାଖା କିମ୍ବା ବ୍ୟାଙ୍କ ମିତ୍ର ଆଉଟଲେଟରେ ଆକାଉଣ୍ଟ ଖୋଲାଯାଇପାରିବ । ଏକ ଆକାଉଣ୍ଟ୍ ଖୋଲିବାକୁ ହେଲେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ । ଜନ ଧନ ଆକାଉଣ୍ଟ ପାଇଁ ନାମ, ମୋବାଇଲ୍ ନମ୍ବର, ବ୍ୟାଙ୍କ ଶାଖା ନାମ, ଆବେଦନକାରୀଙ୍କ ଠିକଣା ଏବଂ ଅନ୍ୟ ସମସ୍ତ ସୂଚନା ଦେବାକୁ ପଡିବ । ଯଦି ଆପଣଙ୍କର ପୂର୍ବରୁ ଏକ ସାଧାରଣ ବ୍ୟାଙ୍କ ଆକାଉଣ୍ଟ ଅଛି, ତେବେ ଆପଣ ଏହାକୁ ଜନ ଧନ ଆକାଉଣ୍ଟରେ ରୂପାନ୍ତର କରିପାରିବେ ।

Get real time updates directly on you device, subscribe now.