fbpx

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଜବରଦସ୍ତ ସଫଳତା; ୭ ବର୍ଷରେ ଖୋଲିଛି ୪୪ କୋଟି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ମିଳିଛି ବଡ ସଫଳତା । ବିଗତ ୭ ବର୍ଷ ମଧ୍ୟରେ ଏହି ଯୋଜନାରେ ୪୪ କୋଟି ନୂତନ ଆକାଉଣ୍ଟ ଖୋଲାଯାଇଛି । ବିନା ଦେୟରେ ଆକାଉଣ୍ଟ ଖୋଲାଯାଉଥିବାରୁ ସାଧାରଣରେ ଏହାକୁ ବେଶ ପସନ୍ଦ କରାଯାଇଛି । ବିଗତ ୭ ବର୍ଷ ମଧ୍ୟରେ ୪୪ କୋଟି ଜନ ଧନ ଆକାଉଣ୍ଟ ଖୋଲା ଯାଇଥିବା ନେଇ ସୂଚନା ମିଳିଛି । ଅକ୍ଟୋବର ୭ ସୁଦ୍ଧା ଏହି ଆକାଉଣ୍ଟ ସଂଖ୍ୟା ୪୪ କୋଟି ଛୁଇଁଥିବା ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥଲା । ଏହା ସହିତ ଏହି ମିଶନ ଦ୍ୱାରା ସମସ୍ତଙ୍କ ନିକଟରେ ବ୍ୟାଙ୍କ ଆକାଉଣ୍ଟ, ପଇସା ପଠାଇବା ବ୍ୟବସ୍ଥା, ଋଣ, ବୀମା ଏବଂ ପେନସନର ସୁବିଧା ମିଳିଥାଏ ।

Get real time updates directly on you device, subscribe now.