fbpx

ସାରା ଦେଶରେ ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ଚାଲିଛି ପିଏମ ଜନମନ ଯୋଜନା, ଜାଣନ୍ତୁ କିପରି ମିଳୁଛି ଫାଇଦା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାଡ଼ଖଣ୍ଡର ଟାଟାନଗରରେ ୬୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ୩୨ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିଥିଲେ । ଏହା ପୂର୍ବରୁ ଶ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଟାଟାନଗର ଜଙ୍କସନ ରେଳ ଷ୍ଟେସନରେ ୬ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

୨୦୧୪ ମସିହାରୁ ଦେଶର ଗରିବ, ଦଳିତ, ବଞ୍ଚିତ ଏବଂ ଆଦିବାସୀ ପରିବାରକୁ ସଶକ୍ତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଝାଡ଼ଖଣ୍ଡ ସମେତ ସମଗ୍ର ଦେଶରେ ଆଦିବାସୀ ସମ୍ପ୍ରଦାୟ ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଚାଲିଥିବା କଥା ସେ କହିଥିଲେ। ଏହି ଯୋଜନା ମାଧ୍ୟମରେ ଅତ୍ୟନ୍ତ ପଛୁଆ ଜନଜାତିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି ଏବଂ ଅଧିକାରୀମାନେ ନିଜେ ସେହି ପରିବାରମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଘର, ରାସ୍ତା, ବିଜୁଳି, ପାଣି ଏବଂ ଶିକ୍ଷା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

ବିକଶିତ ଝାଡ଼ଖଣ୍ଡ ପାଇଁ ଏଭଳି ପ୍ରୟାସ ସରକାରଙ୍କ ସଂକଳ୍ପର ଏକ ଅଂଶ ବୋଲି ସେ କହିଛନ୍ତି। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ସଂକଳ୍ପଗୁଡ଼ିକ ନିଶ୍ଚିତ ଭାବରେ ପୂରଣ ହେବ ଏବଂ ଲୋକଙ୍କ ଆଶୀର୍ବାଦ ରେ ଝାଡ଼ଖଣ୍ଡର ସ୍ୱପ୍ନ ବାସ୍ତବରେ ପରିଣତ ହେବ । ଖରାପ ପାଣିପାଗ ଯୋଗୁଁ ତାଙ୍କ ହେଲିକପ୍ଟର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବା ସହ ସେ କାର୍ଯ୍ୟକ୍ରମସ୍ଥଳରେ ଉପସ୍ଥିତ ନ ହେବାରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଜିର ପ୍ରକଳ୍ପଗୁଡ଼ିକର ଉଦଘାଟନ ଓ ଶିଳାନ୍ୟାସ କରିବାକୁ ବାଧ୍ୟ ହୋଇଥିବାରୁ ସେ ଝାଡ଼ଖଣ୍ଡବାସୀଙ୍କ ନିକଟରେ ବିନମ୍ର କ୍ଷମା ପ୍ରାର୍ଥନା କରିଛନ୍ତି।

ପ୍ରକାଶ ଥାଉକି, ୨୦୨୩ ମସିହା ନଭେମ୍ବର ମାସ ୧୫ ତାରିଖ(ଜନଜାତି ଗୌରବ ଦିବସ)ରେ ପିଏମ ଜନମନ୍ ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି। ଏହି ଯୋଜନା ଅଧିନରେ ସରକାର ଆଦିବାସୀ ସମୂହ ଏବଂ ଆଦିମ ଜନଜାତିଙ୍କ ନିକଟରେ ପହଞ୍ଚିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଦୁର୍ବଳ ଜନଜାତି ସମୂହକୁ ୪.୯ ଲକ୍ଷ ପକ୍କାଘର ଯୋଗାଇ ଦିଆଯିବ । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତି ଘର ପାଇଁ ହିତାଧିକାରୀଙ୍କୁ ମିଳିବ ୨.୩୯ ଲକ୍ଷ ।

Get real time updates directly on you device, subscribe now.