fbpx

ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା, ଲିଷ୍ଟରେ ନାଁ ଜାଣିବାକୁ ଚାହୁଁଥିଲେ ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଆଗାମୀ କିସ୍ତି ଟଙ୍କା ଆସିବାକୁ ଯାଉଛି । ଚାଷୀଙ୍କ ଆକାଉଣ୍ଟକୁ ୧୫ ଡିସେମ୍ବରରେ ଏହି ଯୋଜନାର ଦଶମ କିସ୍ତି ଭାବେ ୨୦୦୦ ଟଙ୍କା ଆସିଯିବ । ଏହାର ଅର୍ଥ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ପଞ୍ଜୀକୃତ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯିବ ।

ତେବେ କେନ୍ଦ୍ର ସରକାର ଗତ ବର୍ଷ ୨୫ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଟଙ୍କା ଟ୍ରାନ୍ସଫର କରିଥିଲେ । ବର୍ତ୍ତମାନ ସୁଦ୍ଧା ଦେଶର ୧୧.୩୭ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧.୫୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଟ୍ୟାନ୍ସଫର କରାଯାଇଛି ।

ଯଦି ଆପଣ ପିଏମ କିଷାନ ଯୋଜନା ପାଇଁ ରେଜିଷ୍ଟ୍ରେସନ୍ କରିଛନ୍ତି, ତେବେ ଏହି ଯୋଜନାର ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନାହିଁ ତାହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନାହିଁ ଜାଣିବାକୁ ଚାହୁଁଥିଲେ ଏପରି ଚେକ୍ କରନ୍ତୁ…

– ସର୍ବପ୍ରଥମେ ଆପଣଙ୍କୁ ପିଏମ କିସାନ ଯୋଜନାର ଅଫିସିଆଲ୍ ୱେବସାଇଟ୍ https://pmkisan.gov.inକୁ ଯିବାକୁ ପଡିବ ।

– ଏହାର ହୋମପେଜରେ ଆପଣ Farmers Cornerର ଅପସନ୍ ଦେଖିବେ ।

– Farmers Corner ସେକ୍ସନ ଭିତରେ ଆପଣଙ୍କୁ Beneficiaries List ଅପସନ ଉପରେ କ୍ଲିକ୍ କରିବାକୁ ପଡିବ ।

– ତା’ପରେ ଆପଣଙ୍କୁ ଡ୍ରପ୍ ଡାଉନ୍ ଲିଷ୍ଟରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଗ୍ରାମକୁ ସିଲେକ୍ଟ କରିବାକୁ ପଡିବ ।

– ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ । ପରେ ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ତାଲିକା ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଚେକ୍ କରିପାରିବେ ।

Get real time updates directly on you device, subscribe now.