fbpx

ପିଏମ କିଷାନର ୯ମ କିସ୍ତିକୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ ଆପଣଙ୍କୁ ୨୦୦୦ ଟଙ୍କା ମିଳିବ କି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନେ ୯ମ କିସ୍ତିର ଅପେକ୍ଷା କରିଛନ୍ତି । ଏହି ଯୋଜନାରେ କୃଷକଙ୍କୁ ସାହାଯ୍ୟ କରିବାକୁ ୨ ହଜାର ଟଙ୍କାର ୩ କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଖାତାକୁ ଏହି ଯୋଜନାର ୮ମ କିସ୍ତି ପଠାସରିଛି । ଯଦି ଆପଣ ପିଏମ କିଷାନ ଯୋଜନାରେ ରେଜିଷ୍ଟ୍ରେସନ କରିଛନ୍ତି, ତେବେ ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ ଜାଣିବା ପାଇଁ ଏହି ପ୍ରୋସେସରେ ନିଜ ନାଁ ଚେକ୍ କରନ୍ତୁ…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.