fbpx

ମୋଦୀଙ୍କ ଦିପାବଳୀ ଗିଫ୍ଟ! ଆସନ୍ତାକାଲି କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ଆସିବ ୧୨ତମ କିସ୍ତି

ନୂଆଦିଲ୍ଲୀ: ଦିପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉପହାର ଦେବେ । ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୨ତମ କିସ୍ତି ଜାରି କରାଯିବ । ଦୀପାବଳୀ ପୂର୍ବରୁ ଏହା କୃଷକଙ୍କ ପାଇଁ ଏକ ବଡ଼ ଉପହାର ହେବ । ଏହି ଯୋଜନାରେ କୋଟି କୋଟି କୃଷକଙ୍କୁ ୨-୨ ହଜାର ଲେଖାଏଁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ଏହି କିସ୍ତି ପାଇବା ପାଇଁ ଲାଭାର୍ଥୀମାନେ ବହୁଦିନରୁ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି ।

ପିଏମ୍ କିଷାନ ଯୋଜନାରେ ପ୍ରତି ଚାରି ମାସ ବ୍ୟବଧାନରେ କୃଷକଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥାଏ । କୃଷକଙ୍କୁ ବାର୍ଷିକ ମୋଟ ୬ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଥାଏ । ଏଥର ପିଏମ୍ କିଷାନ ଯୋଜନାରେ ୧୨ତମ କିସ୍ତିରେ ୧୬ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯିବ । ବର୍ତ୍ତମାନ ସୁଦ୍ଧା କୃଷକଙ୍କୁ ୨ ଲକ୍ଷ କୋଟିରୁ ଅଧିକ ଅର୍ଥ ମିଳିସାରିଛି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ପିଏମ୍ କିଷାନ ସମ୍ମାନ ସମ୍ମେଳନ-୨୦୨୨ର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ପିଏମ କିଷାନ ନିଧି କିସ୍ତି ଜାରି କରିବେ । ଦେଶର ୧୩,୫୦୦ରୁ ଅଧିକ କୃଷକ ଓ ପାଖାପାଖି ୧୫୦୦ କୃଷି ଷ୍ଟାଟଅପ ଗୋଟିଏ ମଞ୍ଚରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍ଥାର ଏକ କୋଟିରୁ ଅଧିକ କୃଷକ ଭର୍ଚୁଆଲ ମୋଡ଼ରେ ସାମିଲ ହେବେ ।

Get real time updates directly on you device, subscribe now.