fbpx

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର): ଦେଶରେ ଆଜି କୃଷକ ମାନଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ପଠାଯାଉଛି । ଦେଶରେ ୯.୫ କୋଟି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଜନାର ଅଷ୍ଟମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ଟଙ୍କା ସହାୟତା ରାଶି ପଠାଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ସୁଚନାଯୋଗ୍ୟ, ଏହା ଅଧୀନରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ । ଏ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ‘pmkisan.gov.in’ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ । ୱେବସାଇଟର ଡାହାଣ ପାଖରେ ‘ଫାର୍ମର କର୍ଣ୍ଣର’ ଉପରେ କ୍ଲିକ କରନ୍ତୁ । ଏହାପରେ ‘ଫାର୍ମର କର୍ଣ୍ଣର’ ଉପରେ ଥିବା ‘ବେନିଫିସିଆରି ଷ୍ଟାଟସ’ ଉପରେ କ୍ଲିକ କରନ୍ତୁ । ଏହାପରେ ନୂଆ ପେଜରେ ଆପଣଙ୍କର ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ । ତା’ପରେ ‘ଗେଟ୍ ଡାଟା’ ଉପରେ କ୍ଲିକ୍ କରିବା ପରେ ଆପଣ ନିଜର ସମସ୍ତ ସୂଚନା ପାଇପାରିବେ ।

Get real time updates directly on you device, subscribe now.