fbpx

(Video): ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇବା ସହ ହକି ଟିମ୍ କ୍ୟାପଟେନଙ୍କୁ ଦେଲେ ବିଶେଷ ଉପହାର

ନୂଆଦିଲ୍ଲୀ: ଉଦ୍‌ଯାପିତ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ । ଏଥିରେ ଭାରତର ପ୍ରାୟ ୧୧୭ ଖେଳାଳି ଭାଗ ନେଇଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ମୋଟ୍ ୬ଟି ପଦକ ଜିତିଛି । ସେଥିମଧ୍ୟରୁ ଗୋଟିଏ ରୌପ୍ୟ ଏବଂ ୫ଟି କାଂସ୍ୟ ପଦକ ରହିଛି । ଆଜି ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପଦକ ବିଜେତାଙ୍କୁ ଭେଟିଥିଲେ ।

ମୋଦି ପ୍ରଥମେ ଭାରତୀୟ ହକି ଦଳକୁ ଭେଟିଥିଲେ । ପରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ମଧ୍ୟ ପିଏମ୍‌ ମୋଦି ଭେଟିଥିଲେ । ପରେ ସେ ଅମନ ସହରାୱତ ଓ ସ୍ୱପ୍ନିଲ କୁସାଲେଙ୍କୁ ଭେଟିଥିଲେ । ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ ସେନଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । କହିରଖୁଛୁ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍‌ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା । ସ୍ୱଦେଶ ଫେରିବା ପରେ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା । ଏବେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲେ ଯାହାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ସମସ୍ତ ଖେଳାଳିଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା ମଧ୍ୟ କରିଥିଲେ । ଏହା ସହ ଆଗାମୀ ପ୍ରତିଯୋଗିତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତଙ୍କ ସହ ଫଟୋ ବି ଉଠାଇଥିଲେ । ଭାରତୀୟ ହକି ଦଳର ଅଧିନାୟକ ହରମନ ପ୍ରୀତ ସିଂହଙ୍କୁ ଭାରତୀୟ ଜର୍ସୀ ସହ ହକି ଉପହାର ପ୍ରଦାନ କରିଥିଲେ ।

 

Get real time updates directly on you device, subscribe now.