fbpx

ଆଇପିଏଲ ୨୦୨୨ FINAL ଦେଖିବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା, ଏକ ଲକ୍ଷରୁ ଅଧିକ ଦର୍ଶକ ରହିବେ ଉପସ୍ଥିିତ!

ଅହମ୍ମଦାବାଦ: ଆଇପିଏଲ୨୦୨୨ର ଫାଇନାଲ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲକୁ ଦେଖିବା ଲାଗି ଲକ୍ଷାଧିକ ପ୍ରଶଂସକଙ୍କ ଭିଡ଼ ଷ୍ଟାଡିୟମରେ ଦେଖିବାକୁ ମିଳିବ। ଏହବାଦ୍ ଶତାଧିକ ଅତିଥୀ ମଧ୍ୟ ଯୋଗଦେବେ। ଯେଉଁମାନେ କ୍ରୀଡା ଜଗତ, ରାଜନୀତି ଏବଂ ବଲିଉଡ ଇଣ୍ଡଷ୍ଟ୍ରି ସହିତ ଜଡିତ। ଏହି ତାଲିକାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ଆଇପିଏଲର ଅନ୍ତିମ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିବେ।

ତେବେ ଆଇପିଏଲ୨୦୨୨ର ଫାଇନାଲ ମୁକାବିଲା ପୁର୍ବରୁ ପ୍ରଥମେ ୫୦ ମିନିଟ୍ ଟୁର୍ଣ୍ଣାମେଣ୍ଟ କ୍ଲୋଜିଙ୍ଗ୍ ସେରିମନି ଅନୁଷ୍ଠିତ ହେବ। ଯେଉଁଥିରେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଏ ଆର ରେହମାନ, ନୀତି ମୋହନ ଏବଂ ଉର୍ବଶି ରୌତେଲାଙ୍କ ଭଳି ଅନେକ ତାରକା ଯୋଗ ଦେବେ ।

ମିଡିଆ ରିପୋର୍ଟରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏହି ଅବସରରେ ଯୋଗ ଦେଇପାରନ୍ତି । ଏଭଳି ସ୍ଥିତିରେ ଷ୍ଟାଡିୟମ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଅହମ୍ମଦାବାଦରେ ଅନେକ ରାଜନୈତିକ ଏବଂ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି।

 

Get real time updates directly on you device, subscribe now.