ବ୍ରାଜିଲ ଯିବା ପଛରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଉଦ୍ଦେଶ୍ୟ

ଓଡିଶାଭାସ୍କର: ବ୍ରାଜିଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଚତୁର୍ଥ ବ୍ରାଜିଲ ଗସ୍ତ ହୋଇଥିବାବେଳେ ସେଠାରେ ତାଙ୍କୁ ପାରମ୍ପରିକ ନୃତ୍ୟରେ ସ୍ୱାଗତ କଲେ ପ୍ରବାସୀ ଭାରତୀୟ।

ବ୍ରାଜିଲରେ ହେଉଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥିରେ ମୁଖ୍ୟ ଏଜେଣ୍ଡା ରହିବ ଭାରତର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ସମ୍ପର୍କରେ ଆଲୋଚନା ।

ପାକିସ୍ତାନ କରିଥିବା ଏହି ଆକ୍ରମଣରେ ଅନ୍ୟ ଦେଶମାନଙ୍କର ପ୍ରତିକ୍ରିୟା କଣ ରହିଛି, ସେହି ସମ୍ପର୍କରେ ଆଲୋଚନା କରାଯିବ । ଏଥିସହ ଭାରତ ନୂତନ ଜ୍ଞାନକୌଶଳ ଯେମିତିକି ୟୁପିଆଇ , ଇନଭେଷ୍ଟମେଣ୍ଟ , ଟ୍ରେଡ୍ ଆଦି ସମ୍ପର୍କରେ ଆଲୋଚନା କରାଯିବ । ଏଥିସହ ଆଫ୍ରିକାରେ ଭ୍ୟାକସିନ ହବ ତିଆରି ହେବା ନେଇ ମଧ୍ୟ ଆଲୋଚନା କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ , ଯିଏ ଗୋଟିଏ ଗସ୍ତରେ ଏକାସହ ୩ଟି ଦେଶର ଜାତୀୟ ସଂସଦକୁ ସମ୍ବୋଧିତ କରିବେ । ୯ ଜୁଲାଇ ଯାଏଁ ମୋଦିଙ୍କର ଗସ୍ତ ଲଗାତାର ରହିଛି ।