fbpx

ଗେରୁଆ ବସ୍ତ୍ର, ଯୋଗୀ ମୁଦ୍ରା, ସାମ୍ନାକୁ ଆସିଲା ଧ୍ୟାନମଗ୍ନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ

Advertisement

ନୂଆଦିଲ୍ଲୀ: ପ୍ରସିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲ ଧାନ ମଣ୍ଡପମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧ୍ୟାନ ସାଧନାର ଫଟୋ ସାମ୍ନାକୁ ଆସିଛି । ଫଟୋରେ ଆପଣ ଦେଖିପାରୁଥିବେ ଯେ, ସେ ଗେରୁଆ ବସ୍ତ୍ର ପିନ୍ଧିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନ ସାଧନା ସମୟରେ ଯୋଗୀମାନଙ୍କ ମୁଦ୍ରା ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନ କରୁଥିବା ସମୟରେ ପ୍ରାର୍ଥନା କରୁଥୁବାର ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଇଛନ୍ତି । ହିନ୍ଦୁ ଶାସ୍ତ୍ରରେ ଏଭଳି ମାନ୍ୟତା ରହିଛି ଯେ, ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବାରେ ବଡ଼ ବଡ଼ କଷ୍ଟ ଦୂର ହୋଇଥାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରେ ଥିବା ବିବେକାନନ୍ଦ ରକ ମେମୋରିଆଲରେ ୪୫ ଘଣ୍ଟା ପର୍ଯ୍ୟନ୍ତ ଧ୍ୟାନ ସାଧନା ଗୁରୁବାର ସଂଧ୍ୟାରେ ଆରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଧ୍ୟାନ ଜୁନ ୧ ତାରିଖ ପର୍ଯ୍ୟନ୍ତ କରିବେ । ଏହି ଦିନ ଲୋକସଭା ନିର୍ବାଚନକୁ ନେଇ ସାତୋଟି ପର୍ଯ୍ୟାୟ ପାଇଁ ଭୋଟିଂ ହେବ ।

ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିବେକାନନ୍ଦ ମେମୋରିଆରେ ରହିବେ । ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇ ସ୍ମାରକ ତିଆରି କରାଯାଇଛି । ୨୦୧୯ ମସିହାର ଲୋକସଭା ନିର୍ବାଚନର ପ୍ରଚାର ସାରିବା ପରେ କେଦାରନାଥ ଗୁମ୍ଫାରେ ମଧ୍ୟ ଏହିପରି ଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

Get real time updates directly on you device, subscribe now.