fbpx

No Money For Terror: ଆତଙ୍କବାଦର ମୂଳପୋଛ ପାଇଁ ବିଶ୍ୱଯୁଦ୍ଧର ଡାକରା ଦେଲେ ମୋଦୀ!

ନୂଆଦିଲ୍ଲୀ: ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆତଙ୍କବାଦୀଙ୍କର ଗୋଟିଏ ଆକ୍ରମଣ ସମସ୍ତଙ୍କ ଉପରେ ଆକ୍ରମଣ ସହିତ ସମାନ । ଯେ ପର୍ଯ୍ୟନ୍ତ ଆମେ ଆତଙ୍କବାଦକୁ ମୂଳପୋଛ ନ କରିବା, ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବା ନାହିଁ । ଆତଙ୍କବାଦ ମାନବତା ଓ ଅର୍ଥନୀତି ଉପରେ ପ୍ରଭାବ ପକାଉଛି । ‘ନୋ ମନି ଫର୍ ଟେରର’ ସମ୍ମିଳନୀରେ ଯୋଗଦେଇ ମୋଦୀ ପାକିସ୍ତାନର ନାମ ନନେଇ ପରୋକ୍ଷରେ ବିଷୋଦଗାର କରିଛନ୍ତି ।

ମୋଦୀ କହିଛନ୍ତି, ବିଶ୍ୱରେ ଏପରି କିଛି ଦେଶ ରହିଛନ୍ତି, ଯେଉଁମାନେ କି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି । ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଆତଙ୍କବାଦୀଙ୍କ କଡ଼ା ମୁକାବିଲା କରିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣକୁ ରୋକିବା ଆବଶ୍ୟକ । ଆତଙ୍କବାଦର କୌଣସି ସୀମା ନାହିଁ । କେବଳ ଜିରୋ ଟଲରେନ୍ସ ଆଧାରରେ ତା’ର ମୁକାବିଲା କରିବା ସମ୍ଭବ ।

ଏକ କଠୋର ରଣନୀତି ଦ୍ୱାରା ଆତଙ୍କବାଦ ଉପରେ ରୋକ ଲାଗିପାରିବ । ଏଥିପାଇଁ ସମସ୍ତଙ୍କର ଆକ୍ଟିଭ ରେସପନ୍ସ ରହିବା ଆବଶ୍ୟକ । ଆତଙ୍କବାଦୀଙ୍କ ସପୋର୍ଟ ସିଷ୍ଟମକୁ ସମାପ୍ତ କରିବା ଜରୁରୀ । କିଛି ଦେଶ ଆର୍ଥିକ ଓ ଆଦଶଗତ ଭାବେ ଆତଙ୍କବାଦୀଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଏନେଇ ପ୍ରସଙ୍ଗ ଉଠିବା ଆବଶ୍ୟକ । ଆତଙ୍କବାଦକୁ ବିଲୋପ ପାଇଁ ଏକ ବଡ଼ଧରଣର ସକ୍ରିୟ ଓ ବ୍ୟବସ୍ଥିତ ପ୍ରତିକ୍ରିୟା ଜରୁରୀ । ଆତଙ୍କବାଦୀମାନେ ଆମ ଘରେ ପଶିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିପାରିବା ନାହିଁ । ଆମର ନାଗରିକଙ୍କୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ ଆତଙ୍କବାଦୀଙ୍କ ପିଛା କରିବାକୁ ପଡ଼ିବ । ଆତଙ୍କବାଦୀ ସଂଗଠନ ସହିତ ବିଦେଶୀ ଶକ୍ତିର ହାତ ରହିଛି । ଏହା ଉପରେ ଲଗାମା ଲାଗିବାର ସମୟ ଆସିଯାଇଛି ।

Get real time updates directly on you device, subscribe now.