fbpx

ରୋଜଗାର ମେଳା ୨୦୨୩: ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ PM Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶଣ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ରେଜଗାର ମେଳା ମାଧ୍ୟମରେ ସମସ୍ତଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଦେଶର ୨୨ଟି ରାଜ୍ୟରେ ଏହି ରୋଜଗାର ମେଳାର ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ଯୁବକଙ୍କୁ ଚାକିରି ପ୍ରଦାନ କରାଯାଇଛି ।

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୧୦ ଲକ୍ଷ ଯୁବକଙ୍କୁ ଚାକିରି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଉଛି । ଏହି ୭୧ ହଜାର ଯୁବକଙ୍କୁ ଗ୍ରାମୀଣ ଡାକ ସେବକ, ଡାକ ନିରୀକ୍ଷକ, କନିଷ୍ଠ ଲିପିକ, ଟାଇପିଷ୍ଟ, କନିଷ୍ଠ ଲେଖା ଲିପିକ, ସହାୟକ ଅନୁଭାଗ ଅଧିକାରୀ, ଟିକେଟ କ୍ଲର୍କ, ସହାୟକ କୁଲସଚିବ ଓ ଆସିଷ୍ଟାଣ୍ଟ ପ୍ରଫେସର ଆଦି ବିଭିନ୍ନ ପଦରେ ନିଯୁକ୍ତି ମିଳିଛି ।

ଦେଶର ୧୦ ଲକ୍ଷ ଯୁବକଙ୍କୁ ଚାକିରି ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାର ଗତବର୍ଷ ଅକ୍ଟୋବର ୨୨ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରୁ ଚୟନ ହେଉଥିବା ନବନିଯୁକ୍ତଙ୍କୁ ଭାରତ ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ଦିଆଯାଇଥିଲା । ଗ୍ରୁପ-ଏ, ଗ୍ରୁପ-ବି ଗେଜେଟେଡ, ଗ୍ରୁପ-ବି ଅଣଗେଜେଟେଡ ଓ ଗ୍ରୁପ-ସି ପଦରେ ସେମାନଙ୍କୁ ଚାକିରି ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଞ୍ଜୁରୀପ୍ରାପ୍ତ ପଦ ପୂରଣ ନେଇ ମିଶନ ମୋଡ଼ରେ ଲାଗିପଡ଼ିଥିଲେ ।

Get real time updates directly on you device, subscribe now.