ମୋଦୀଙ୍କୁ ଦେଉଥିଲେ ସୁରକ୍ଷା, ର’ ଏଜେଣ୍ଟ ହୋଇ ୩ ବର୍ଷ ଜେଲରେ କାଟିଥିଲେ ସଜା, ଆଉ ଏବେ ନିର୍ଦ୍ଦେଶନାରେ ଦେଇଛନ୍ତି ପାଦ….
ମୁମ୍ବାଇ: ଟେଲିଭିଜନ ରିଆଲିଟି ଶୋ’ ବିଗବସ ସିଜିନ ୧୮ ଗୋଟିଏ ମାସ ହେବ ଆରମ୍ଭ ହୋଇସାରିଛି । ଅନ୍ୟ ରିଆଲିଟି ଶୋ’ ଅପେକ୍ଷା ଏହି ଶୋ’ର କ୍ରେଜ୍ ଅଧିକ । କାରଣ ଏଥିେ ସିରିଏଲ ଆକ୍ଟରଙ୍କଠାରୁ ଆରମ୍ଭ କରି ଫିଲ୍ମ କଳାକାର ମଧ୍ୟ ଭାଗ ନିଅନ୍ତି । ସେମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିହୁଏ ଏହି ଶୋ’ ଜରିଆରେ । ସେଥିପାଇଁ କିଛି କଳାକାର ଏଥିରେ ଭାଗ ନେବାକୁ ରାଜି ହେଉଥିବାବେଳେ ଆଉ କିଛି ଅମଙ୍ଗ ହୁଅନ୍ତି । ବିଗବସ-୧୮କୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବତନ ଦେହରକ୍ଷୀ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଲକି ବିଷ୍ଟ ବିଗବସ ଘରେ ରହିବାକୁ ତାଙ୍କୁ ଅଫର ଆସିଥିଲା । କିନ୍ତୁ ଲକି ଅଫର ମନା କରି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ଫେମସ୍ ସ୍ନାଇବର ଲକି କହିଛନ୍ତି, ଜଣେ ର’ ଏଜେଣ୍ଟ ଭୂମିକାରେ କାମ କରିବା ପରେ ଆମ ଜୀବନ ସିକ୍ରେଟ ଏବଂ ମିଷ୍ଟ୍ରି ପରି ରହିଥାଏ । ଆମ ସମ୍ପର୍କରେ ବାହାରେ କହିବାର ଅନୁମତି ନାହିଁ । ସେଥିପାଇଁ ବହୁ କୋଟିର ଅଫର ଆସିଥିଲେ ମଧ୍ୟ ସେ ବିଗବସ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ । ଏ ନେଇ ସେ ତାଙ୍କ ଟିମ୍ ସହ ବାରମ୍ବାର ଆଲୋଚନା ମଧ୍ୟ କରିଛନ୍ତି । ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲକି ତାଙ୍କ ଦେହରକ୍ଷୀ ଦାୟିତ୍ୱରେ ଥିଲେ । ମାତ୍ର ୧୬ ବର୍ଷ ବୟସରେ ଲକି ର’ ସହ ଯୋଡ଼ି ହୋଇଥିଲେ । ୨୦୦୯ରେ ତାଙ୍କ ସର୍ବଶ୍ରେଷ୍ଠ ସିଏନଜି କମାଣ୍ଡୋର ମାନ୍ୟତା ମିଳିଥିଲା । ର’ରେ କାମ କରିସୁଦ୍ଧା ତାଙ୍କୁ ଜେଲ ଦଣ୍ଡ ମିଳିଛି । ଏକ ଡବଲ ମର୍ଡର ଘଟଣାରେ ଲକିଙ୍କୁ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ୨୦୧୮ରେ ପ୍ରମାଣ ଅଭାବ ଯୋଗୁ ତାଙ୍କୁ ମୁକ୍ତ କରାଯାଇଥିଲା ।୨୦୧୯ରେ ସେ ଚାକିରିରୁ ଅବସର ନେଇଛନ୍ତି । ବର୍ତ୍ତମାନ ସେ ବଲିଉଡରେ ଡିରେକ୍ଟର, ସ୍କ୍ରିପ୍ଟ ରାଇଟର ଭାବେ କାମ କରୁଛନ୍ତି । ଲକିଙ୍କ ଜୀବନୀକୁ ନେଇ ବାୟୋଗ୍ରାଫି ମଧ୍ୟ ତିଆରି ଚାଲିଛି, ଯାହା ଆଗାମୀ ଦିନରେ ମୁକ୍ତିଲାଭ କରିବ।