fbpx

ମାଗଣା ବିଜୁଳି ଯୋଜନାରେ ମୋଦୀ ଦେଲେ ଖୁସି ଖବର, ଦେଶର ଜନତାଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ସୂର୍ଯ୍ୟଘର ଯୋଜନାକୁ ନେଇ ଦେଶବାସୀଙ୍କ ପ୍ରତିକ୍ରିୟା ଉପରେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନା ଲଞ୍ଚ ହେବାର ମାତ୍ର ଏକ ମାସ ଭିତରେ ଦେଶର ୧ କୋଟି ପରିବାର ପିଏମ୍ ସୂର୍ଯ୍ୟଘର ଯୋଜନା ଲାଗି ପଞ୍ଜିକରଣ କରାଇଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣା ବିଜୁଳି ଯୋଜନା ଆଧାରରେ ସାରା ଦେଶରେ ପ୍ରାୟ ୧ କୋଟି ଘରକୁ ସୌର ଶକ୍ତି ସୁବିଧା ପ୍ରଦାନ କରିବା ନେଇ ଘୋଷଣା କରିଥିଲେ ।

ଏହି ଯୋଜନାରେ ଗରିବ ଓ ମଧ୍ୟମ ବର୍ଗ ପରିବାରଙ୍କୁ ବିଜୁଳି ତ ମିଳିବ ଏହା ସହିତ ବିଜୁଳି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ବଢିବ । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଦେଶର ଅଲଗା ଅଲଗା ରାଜ୍ୟରୁ ଭଲ ପ୍ରତିକ୍ରିୟା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନା ଲାଗି ଦେଶର ସମସ୍ତ ଭାଗରେ ପଞ୍ଜିକରଣ କରାଯାଉଛି । ଆସାମ, ବିହାର, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ ଓ ଉତ୍ତରପ୍ରଦେଶ ପରି ରାଜ୍ୟରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ ହୋଇଛି । ଏପରି ସ୍ଥିତିରେ ଯେଉଁମାନେ ଏ ପର୍ଯ୍ୟନ୍ତ ପଞ୍ଜିକରଣ କରାଇ ନାହାନ୍ତି ସେମାନେ ଜଲଦି ପଞ୍ଜିକରଣ କରାଇ ନିଅନ୍ତୁ ।

ଏଠାରେ ସୂଚାଇ ଦିଆଯାଇପାରେ କି ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶର ପ୍ରତି ଗରିବ ପରିବାରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ । ଏହି ଯୋଜନାର ଲାଭ ୧ କୋଟି ପରିବାରକୁ ଦିଆଯିବ । ଏହି ଯୋଜନାରେ ଯେଉଁମାନେ ନିଜ ଘରର ଛାତ ଉପରେ ସୋଲାର ସିଷ୍ଟମ ଲଗାଇବେ ସେମାନଙ୍କୁ ସବସିଡି ପ୍ରଦାନ କରାଯିବ । ଏହି ଯୋଜନାର ଲାଭ ସେହି ଗରିବ ମଧ୍ୟମ ବର୍ଗ ପରିବାରକୁ ମିଳିବ ଯେଉଁମାନଙ୍କ ମାସିକ ପାରବାରିକ ଆୟ ୨ ଲକ୍ଷ ଟଙ୍କାରୁ କମ୍ ।

Get real time updates directly on you device, subscribe now.