fbpx

ଦେଶର ପ୍ରଥମ ସି ପ୍ଲେନ ସେବାକୁ ମୋଦୀଙ୍କ ସବୁଜ ସଙ୍କେତ

ଗୁଜରାଟ, ୩୧ ।୧୦: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱାଡିଆରେ ସି-ପ୍ଲେନ୍ ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଦିନ ଅହମ୍ମଦାବାଦରୁ କେୱାଡିଆ ଓ କେୱାଡିଆରୁ ଅହମ୍ମଦାବାଦ ଯାଉଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ ନିଜେ କେୱାଡିଆରୁ ସି-ପ୍ଲେନ ବସି ଅହମ୍ମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ତେବେ ସି-ପ୍ଲେନରେ ଏକାଥରକେ ୧୯ ଜଣ ଲୋକ ଯାତ୍ରା କରିପାରିବେ । ମାତ୍ର ୩୦ ମିନିଟରେ ଅହମଦାବାଦରୁ କେୱାଡିଆରେ ପହଞ୍ଚିବ ଏହି ସି-ପ୍ଲେନ୍ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକତା କ୍ରୁଜ ଉଦଘାଟନ କରିଥିଲେ ।

Get real time updates directly on you device, subscribe now.