fbpx

ଉନ୍ମୋଚନ ହେଲା ଜି-୨୦ ଅଧ୍ୟକ୍ଷତାର ଲୋଗୋ: ଦେଶ ପାଇଁ ଐତିହାସିକ କ୍ଷଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଜି-୨୦ ଅଧ୍ୟକ୍ଷତାର ଲୋଗୋ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହତ ଏହାର ଥିମ ଏବଂ ୱେବସାଇଟ ମଧ୍ୟ ସେ ଉନ୍ମୋଚନ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବ୍ରେଶ୍ୱିକ ଏଜେଣ୍ଡାରେ ଯୋଗଦାନ କରିବା ପାଇଁ ଏକ ଅପୂର୍ବ ସୁଯୋଗ ଦେବ ଜି-୨୦ ଅଧ୍ୟକ୍ଷତା । ତେବେଏହା ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଦେଶୀ ମନ୍ତ୍ରାଳୟ କହିଛନ୍ତି ଯେ, ଦେଶର ଜି-୨୦ ଅଧ୍ୟକ୍ଷତାର ଏହି ଲୋଗୋ, ତିମ ଏବଂ ୱେସାଇଟ ଭାରତର ସନ୍ଦେଶ ଏବଂ ବିଶ୍ୱପ୍ରତି ଏହାର ବ୍ୟାପକ ପ୍ରାଥମିକତାକୁ ପ୍ରତିଫଳିତ କରିବ । ଆସନ୍ତା ଡିସେମ୍ବର ୧ ତାରିଖରୁ ଇଣ୍ଡୋନେସିଆଠାରୁ ଜି-୨୦ ଅଧ୍ୟକ୍ଷତା ହାସଲ କରିବ ଭାରତ । ଜି-୨୦ ବା ୨୦ ଦେଶର ସମୂହ ବିଶ୍ୱର ପ୍ରମୁଖ ବିକଶିତ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାର ଏକ ଅନ୍ତର ସରକାରୀ ଫୋରମ୍ । ଏଥିରେ ଆର୍ଜେଣ୍ଟିନା, କାନାଡା, ଅଷ୍ଟ୍ରେଲିଆ, ବ୍ରାଜିଲ, ଚୀନ ଇତ୍ୟାଦିଙ୍କ ନାଁ ସାମିଲ ରହିଛଇ । ଏହାବ୍ୟତୀତ ଇଣ୍ଡୋନେସିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ମେକ୍ସିକୋ ସହିତ ଋଷ, ତୁର୍କୀ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ସାଉଦି ଆରବ, କୋରିଆ ଗଣରାଜ୍ୟ, ଆମେରିକା ଏବଂ ୟୁରୋପୀ ସଂଘ ସଦସ୍ୟ ଭାବରେ ରହିଛନ୍ତି । ଏ ସମସ୍ତ ଦେଶ ସହ ଭାରତକୁ ନେଇ ଗଠିତ ଜି-୨୦ର ଅଧ୍ୟକ୍ଷତା ଏବେ ଭାରତ ହାତକୁ ଆସିଛି ।

Get real time updates directly on you device, subscribe now.