fbpx

(Video) ନିଜ ହାତରେ ଆବର୍ଜନା ଉଠାଇଲେ ପ୍ରଧାନମନ୍ତ୍ରୀ, ବିଶ୍ୱସ୍ତରୀୟ ପ୍ରଗତି ମୈଦାନ ଟନେଲ ଉଦଘାଟନ କରି ସମସ୍ତଙ୍କୁ ଚମକାଇ ଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନ ଟନେଲ ଓ ୫ଟି ଅଣ୍ଡରପାସ୍ ଉଦଘାଟନ କରିଛନ୍ତି । ତେବେ ଉଦଘାଟନ ପରେ ପିଏମ୍ ମୋଦୀଙ୍କ ନଜର ସେଠାରେ ଥିବା ଆବର୍ଜନା ଉପରେ ପଡ଼ିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ସବୁ ଆବର୍ଜନାକୁ ନିଜ ହାତରେ ଉଠାଇଥିଲେ । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି କରିଡର ୭ ଲେନ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ମୁଖ୍ୟ ସୁଡ଼ଙ୍ଗ ପ୍ରଗତି ମୈଦାନରୁ ବାହାରି ପୁରୁଣା କିଲା ରୋଡ଼ ଦେଇ ଇଣ୍ଡିଆ ଗେଟ୍ ସହିତ ସଂଯୋଗ ହୋଇଛି । ଏହା ମାଧ୍ୟମରେ ପ୍ରଗତି ମୈଦାନର ବିଶାଳ ବେସମେଣ୍ଟ ପାର୍କିଂ ପର୍ଯ୍ୟନ୍ତ ପହଞ୍ଚିହେବ । ସୂଚନାଯୋଗ୍ୟ ଯେ, ରିଙ୍ଗ ରୋଡ଼, ମଥୁରା ରୋଡ଼ ଓ ଭୈରୋ ମାର୍ଗରେ ଅଧିକାଂଶ ସମୟରେ ଜାମ୍ ସ୍ଥିତି ଦେଖିବାକୁ ମିଳିଥାଏ ।

ନୋଏଡ଼ା, ଗ୍ରେଟର ନୋଏଡ଼ା, ଗାଜିଆବାଦ ଓ ପୂର୍ବ ଦିଲ୍ଲୀରେ ସହରୀକରଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଫଳରେ ଇଣ୍ଡିଆ ଗେଟ ଓ ଆଇଟିପିଓ-ପ୍ରଗତି ମୈଦାନ ନିକଟରେ ସଡ଼କ ପଥରେ ଆଗକୁ ଯାତାୟତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏହି କରିଡରକୁ ଜନସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି ।

ଏହି କରିଡରରେ ସ୍ମାର୍ଟ ଫୋନ ପ୍ରବନ୍ଧନ, ଆଧୁନିକ ଭେଣ୍ଟିଲେସନ, ସ୍ୱୟଂଚାଳିତ ଜଳ ନିଷ୍କାସନ ବ୍ୟବସ୍ଥା, ଡିଜିଟାଲ ନିୟନ୍ତ୍ରିତ ସିସିଟିଭି ଓ ସୁଡ଼ଙ୍ଗ ପରି ନୂତନତମ ବିଶ୍ୱସ୍ତରୀୟ ସୁବିଧା ରହିଛି । ତେବେ ଏହି ଅବସରରେ ମୋଦୀ କହିଥିଲେ, ଆଜି ଦିଲ୍ଲୀକୁ କେନ୍ଦ୍ର ସରକାରଙ୍କ ତରଫରୁ ଆଧୁନିକ ଇନଫ୍ରାକଚର ଉପହାର ମିଳିଛି । ସ୍ୱଳ୍ପ ସମୟ ମଧ୍ୟରେ ଏହି କରିଡରକୁ ପ୍ରସ୍ତୁତ କରିବା ଏକ ସହଜସାଧ୍ୟ କାର୍ଯ୍ୟ ନଥିଲା । ଦିଲ୍ଲୀର ବ୍ୟସ୍ତବହୁଳ ସଡ଼କପଥ ନିକଟରେ ଏହି କରିଡର ନିର୍ମିତ ହୋଇଛି ।

Get real time updates directly on you device, subscribe now.