‘ଅପରେସନ ସିନ୍ଦୂର’ ପରେ ‘ସିନ୍ଦୂର ସମ୍ମାନ ଯାତ୍ରା’ ଆରମ୍ଭ କଲେ ମୋଦି
'ଅପରେସନ ସିନ୍ଦୂର' ପରେ ମୋଦିଙ୍କ ପ୍ରଥମ ଗୁଜୁରାଟ ଗସ୍ତ।
ଗୁଜୁରାଟ: କିଛି ଦିନ ପୂର୍ବରୁ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’। ପହଲଗାମ ଆତଙ୍କୀ ହମଲାର ଜବାବ ଦେବା ପାଇଁ ଭାରତ ସରକାର ପାକିସ୍ତାନ ଉପରେ ନେଇଥିଲେ କଡ଼ା ପଦକ୍ଷେପ। ସେବେଠାରୁ ବଡ଼ ବଡ଼ ନେତା ମନ୍ତ୍ରୀଙ୍କର ଗସ୍ତ ବନ୍ଦ ହୋଇଯାଇଥିଲା। ହେଲେ ଏବେ ଗୁଜୁରାଟ ଗସ୍ତରେ ଅଛନ୍ତି ମୋଦି।
ସେତେବେଳେ ସମସ୍ତଙ୍କର ଫୋକସ ଥିଲା ଅପରେସନ ସିନ୍ଦୂର ଉପରେ। ଯାହାକି ସଫଳ ମଧ୍ୟ ହେଲା। ହେଲେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ, ପାକିସ୍ତାନ ଅନେକ ସମୟରେ ଭାରତର ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସଫଳ ହୋଇପାରି ନ ଥିଲା। ଆଉ ଅପରେସନ ସିନ୍ଦୂର ପରେ ଏବେ ବିଭିନ୍ନ ସ୍ଥାନକୁ ନେତାମାନଙ୍କ ଗସ୍ତ ଆରମ୍ଭ ହୋଇଛି।
ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ତାଙ୍କ ଜନ୍ମଭୂମି ରାଜ୍ୟ ଗୁଜୁରାଟକୁ ଗସ୍ତ କରିଛନ୍ତି। ଦୁଇ ଦିନିଆ ଗସ୍ତରେ ଅଛନ୍ତି ମୋଦି। ଭଦୋଦରାରୁ ସେ ତାଙ୍କ ଗସ୍ତ ଆରମ୍ଭ କରିଥିଲେ। ବିଶାଳ ରୋଡ଼ ଶୋ କରି ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରରୁ ବାୟୁସେନା ଗେଟ୍ ପର୍ଯ୍ୟନ୍ତ ଏକ କିଲୋମିଟର ଲମ୍ବା ରୋଡ୍ ଶୋ କରୁଛନ୍ତି। ଏହି ରୋଡ୍ ଶୋ’ର ନାମ ‘ସିନ୍ଦୂର ସମ୍ମାନ ଯାତ୍ରା’ ରଖାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଆଜି ଗୁଜରାଟରେ ତିନୋଟି ରୋଡ୍ ଶୋ ଏବଂ ତିନୋଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭଦୋଦରା ପରେ, ପ୍ରଧାନମନ୍ତ୍ରୀ ମୋଦି ଦାହୋଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ଏହି ସମୟ ମଧ୍ୟରେ, ଅନେକ ରେଳ ପ୍ରକଳ୍ପର ଉଦଘାଟନ କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁଜ ଏବଂ ଅହମ୍ମଦାବାଦରେ ରୋଡ୍ ଶୋ କରିବେ। ସେ ସୋମବାର ରାତିରେ ରାଜଭବନରେ ରହିବେ।
ପରଦିନ ମେ ୨୭ ତାରିଖରେ ମୋଦି ଗାନ୍ଧୀନଗରରେ ମହାତ୍ମା ମନ୍ଦିର ନଗର ଉନ୍ନୟନ ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପରେ ଅହମ୍ମଦାବାଦରୁ ଦିଲ୍ଲୀ ଯିବେ। ପ୍ରଧାନମନ୍ତ୍ରୀ ଦୁଇ ଦିନରେ ୭୭,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିବେ।