fbpx
BJD SKY
BJD SKY

ପ୍ରଧାନମନ୍ତ୍ରୀ ଜାରି କଲେ ପିଏମ୍ କିଷାନ ଯୋଜନାର ୧୬ତମ କିସ୍ତି: ୯ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଅର୍ଥ

BJD

ନୂଆଦିଲ୍ଲୀ: ପିଏମ୍ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୧୬ତମ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୯ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଏହି ଅର୍ଥ ଟ୍ରାନ୍ସଫର କରାଯାଇଛି । ଏ ବାବଦରେ ୨୧ ହଜାର କୋଟିରୁ ଅଧିକ ଟଙ୍କା ପଠାଯାଇଛି । ମହାରାଷ୍ଟ୍ରର ୟୁଭତମାଲ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଅର୍ଥରାଶି ସ୍ଥାନାନ୍ତର କରିଛନ୍ତି ।

ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ପାଇବା ପାଇଁ ଦେଶର କୋଟି କୋଟି କୃଷକ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିଲେ । ଏହି ଅର୍ଥରାଶି ଟ୍ରାନ୍ସଫର ହେବା ଫଳରେ ଏବେ ହିତାଧିକାରୀଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଗତ ୫ ବର୍ଷ ମଧ୍ୟରେ ଏହି ଯୋଜନାରେ କୋଟି କୋଟି କୃଷକ ଉପକୃତ ହୋଇଛନ୍ତି । ଏହି କିସ୍ତି ଟ୍ରାନ୍ସଫର ଅବସରରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ସମ୍ବୋଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନଲାଇନ୍ ଲାଇଭରେ ବହୁ କୃଷକ ଦେଖିଥିଲେ । ପ୍ରତି କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଲେଖାଏଁ ଅର୍ଥ ପଠାଯାଇଛି । ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୨ ହଜାର ଲେଖାଏଁ ହିସାବରେ ବର୍ଷକୁ ୬ ହଜାର ଟଙ୍କା ପଠାଯାଇଥାଏ ।

Get real time updates directly on you device, subscribe now.