fbpx

ଶିବାଜୀ ପାର୍କରେ ଲତାଙ୍କ ପାର୍ଥିବ ଶରୀର: ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମୁମ୍ବାଇ ସ୍ଥିତ ବାସଭବନରୁ ବିରାଟ ଶୋଭାଯାତ୍ରରେ ବାହାରି ଶିବାଜୀ ପାର୍କରେ ପହଞ୍ଚିଛି ଲତାଙ୍କ ପାର୍ଥିବ ଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା ସାଢ଼େ ୬ ଟାରେ ହେବ ଶେଷକୃତ୍ୟ । ଲତାଙ୍କୁ ଦିଆଯିବ ଗାର୍ଡ ଅଫ୍ ଅନର ।

ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି ମଧ୍ୟ ଶେଷକୃତ୍ୟରେ ସାମିଲ ହୋଇଛନ୍ତି । ଶିବାଜୀ ପାର୍କରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶିବାଜୀ ପାର୍କରେ ବଡ଼ ନେତା ସେଲିବ୍ରିଟିଙ୍କ ଭିଡ଼ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ରାଜ ଠାକରେ ଉପସ୍ଥିତ । କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ, ଏନସିପି ମୁଖ୍ୟ ସରଦ ପାୱାର, ସଚିନ ତେନ୍ଦୁଲକର ଓ ପତ୍ନୀ ଅଞ୍ଜଳି ଉପସ୍ଥିତ । ଶାହାରୁଖ ଖାନ ମଧ୍ୟ ଜଣାଇଲେ ଶ୍ରଦ୍ଧାଞ୍ଜଳି ।

ଉଲ୍ଲେଖଯୋଗ୍ୟ, ରବିବାର ସୁର ସାମ୍ରାଞ୍ଜୀ ଲତା ମଙ୍ଗେସକରଙ୍କ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ବିଗତ ୨୯ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକର ଘୋଷଣା କରାଯାଇଛି । ୨ ଦିନ ପାଇଁ ଅର୍ଦ୍ଧନମିତ ରଖାଯିବ ରାଷ୍ଟ୍ରୀୟ ପତାକା ।

Get real time updates directly on you device, subscribe now.