fbpx

ପ୍ରଧାନମନ୍ତ୍ରୀଙ୍କ ଗୀତରେ ଝୁମିଲେ ଦର୍ଶକ: କରତାଳିରେ ପ୍ରକମ୍ପିତ ହେଲା ଗୁଆହାଟୀ ଷ୍ଟାଡିୟମ

ଗୁଆହାଟୀ: ଆସାମ ଗସ୍ତ ସମୟରେ ଆଜି ପ୍ରଧାନମନ୍ତ୍ରୀ ନିଜର ଏକ ଅନ୍ତର୍ନିହିତ ଟାଲେଣ୍ଟ ଦେଖାଇଛନ୍ତି । ସାରା ଦେଶ ଦେଖିଲା ମୋଦିଙ୍କ ଭିତରେ ଲୁଚିଥିବା ଜଣେ କଣ୍ଠଶିଳ୍ପୀଙ୍କୁ । ଆସାମ ଗସ୍ତରେ ଥିବା ବେଳେ ମୋଦି ଆଜି ଜନସମୁଦ୍ରଅ ଆଗରେ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ଏହାର ଭିଡିଓ ସାରା ଦେଶରେ ବ୍ୟାପିବାରେ ଲାଗିଥିବା ବେଳେ ଲୋକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି । ପିଏମ ମୋଦିଙ୍କ ଗୀତରେ ଗୁଆହାଟୀର ଏହି ଷ୍ଟାଡିୟମ କରତାଳିରେ ଫାଟି ପଡିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ଗସ୍ତରେ ରହିଛନ୍ତି । ଏହା ମଧ୍ୟରେ ସେ ଗୁଆହାଟୀ ଷ୍ଟାଡିୟମରେ ବିହୁ କଳାକାରମାନଙ୍କର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ତେବେ ଏହି ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣ ସମୟରେ ଗୀତ ଗାଉଥିବାର ଦେଖାଯାଇଛି । ବିଶାଳ ଜନସମୁଦ୍ର ଆଗରେ ଅଭିଭାଷଣ ରଖୁଥିବା ବେଳେ ଏକ ଆସାମୀ ଗୀତ ଗାଇଛନ୍ତି ଶ୍ରୀ ନରେନ୍ଦ୍ର ମୋଦି । ଆସାମର ପ୍ରସିଦ୍ଧ ସାହିତ୍ୟିକ ତଥା ଚଳଚ୍ଚିତ୍ର ନିର୍ମାତା ଜ୍ୟୋତିପ୍ରସାଦ ଅଗରୱାଲଙ୍କ ଲିଖିତ ‘ବିଶ୍ୱ ବିଜୟୀ ନୌଯବାନ’ ଗୀତକୁ ସେ ଷ୍ଟେଜ ଉପରେ ଗାଇଛନ୍ତି । ତେବେ ଏହି ଗୀତର ଅନ୍ୟ ଏକ ବିଶେଷତ୍ୱ ରହିଛି । ଭାରତ ରତ୍ନ ଭୂପେନ ହଜାରିକା ଜୀ ଏହି ଗୀତକୁ ପିଲାବେଳେ ଗାଇଥିଲେ । ଏତେ ଦିନ ପରେ ଆଜି ବି ଦେଶର ଯୁବପିଢୀଙ୍କ ପାଇଁ ଏହି ଗୀତ ଏକ ପ୍ରେରଣା ହୋଇ ରହିଛି ।

ଏହି ଗୀତ ଗାଇବା ପୂର୍ବରୁ ମୋଦି କହିଥିଲେ ଯେ, ଏଭଳି ଏକ ଗୀତକୁ ମୁଁ ଗାଇବାକୁ ଚାହିଁବି । କିନ୍ତୁ ଏହାର ଉଚ୍ଚାରଣରେ ଭୁଲ ହେଲେ ଆପଣମାନେ ମୋତେ କ୍ଷମା କରିବେ କି? ଏହା କହି ଗୀତ ଗାଇବା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ଗୀତକୁ ଉପସ୍ଥିତ ଦର୍ଶକ କୁବ ପ୍ରଶଂସା କରିଥିଲେ । ଶହ ।ହ ଲୋକଭ୍କ କରତାଳିରେ ସାରା ଷ୍ଟାଡିୟମ ପ୍ରକମ୍ପିତ ହୋଇ ଉଠୁଥିଲା । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଗୀତ ଗାଇ ମୋଦି ଦେଶର ଯୁବପିଢୀକୁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.