ଅହମଦାବାଦ: ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ନିଜ କାର୍କେଡରୁ ରୋକିଛନ୍ତି । ଆମ୍ବୁଲାନ୍ସ ବାହାରିବା ପରେ ସେ କାର୍କେଡକୁ ଯିବା ପାଇଁ ଅନୁମତି ଦେଇଥିଲେ । ସୂଚନା ଅନୂଯାୟୀ ଏହି ଘଟଣା ଅହମଦାବାଦ ଠାରୁ ଗାନ୍ଧୀନଗର ଯିବା ସମୟରେ ଭାଟ ଗ୍ରାମ ନିକଟରେ ଘଟିଥିଲା । ଯେତେବେଳେ କାର୍କେଡ ଏହି ବାଟ ଦେଇ ଯାଉଥିଲା ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିଲେ ଯେ ପଛରୁ ଏକ ଆମ୍ବୁଲାନ୍ସ ଆସୁଛି । ସେ ତୁରନ୍ତ କାର୍କେଡକୁ ରାସ୍ତା କଡ଼କୁ ହେବା ପାଇଁ କହିଥିଲେ । ଦେଖନ୍ତୁ ଭିଡିଓ…
#WATCH | Gujarat: Prime Minister Narendra Modi, en route from Ahmedabad to Gandhinagar, stopped his convoy to give way to an ambulance pic.twitter.com/yY16G0UYjJ
— ANI (@ANI) September 30, 2022
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାଇଥିଲେ । ଏହି ଗସ୍ତର ଦ୍ୱିତୀୟ ଦିନ ଶୁକ୍ରବାର ଦିନ ସେ ଗାନ୍ଧୀନଗର ଏବଂ ମୁମ୍ବାଇ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିଥିଲେ । ଏହା ବ୍ୟତୀତ ସେ ଅହମଦାବାଦ ମେଟ୍ରୋ ରେଳ ପରିଯୋଜନାର ପ୍ରଥମ ଚରଣର ଉଦଘାଟନ କରିଛନ୍ତି । ଏହାପରେ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ବସି କାଲୁପୁର ଷ୍ଟେସନ ପହଞ୍ଚିଥିଲେ ।