fbpx

ହିନ୍ଦୀ କହିବା କେଉଁଠୁ ଶିଖିଲ? ଛୋଟ ପିଲାର ହିନ୍ଦୀ ଶୁଣି ଖୁସି ହୋଇଗଲେ ମୋଦୀ

Advertisement

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ପହଞ୍ଚିଛନ୍ତି । ଟୋକିଓ ପହଞ୍ଚିବା ପରେ ଏକ ହୋଟେଲରେ ପ୍ରବାସୀ ଭାରତୀୟଙ୍କ ସହ ଜାପାନ ନାଗରିକ ମଧ୍ୟ ତାଙ୍କର ସ୍ୱାଗତ କରିଥିଲେ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର କିଛି ଛୋଟ ପିଲାଙ୍କ ସହ କଥାହୋଇଥିଲେ ।

ପ୍ରକୃତରେ ସେଠାରେ ଥିବା ଛୋଟ ପିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ କରିବା ସହ ହିନ୍ଦୀରେ କଥା ହୋଇଥିଲେ । ଯେତେବେଳେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନୀ ପିଲାକୁ ହିନ୍ଦୀରେ କଥା ହେଉଥିବାର ଶୁଣିଥିଲେ, ପ୍ରଧାମନ୍ତ୍ରୀ ବହୁତ ଖୁସି ହୋଇଯାଇଥିଲେ ଏବଂ ସେହି ପିଲାକୁ ପଚାରିଥିଲେ ଯେ ଆପଣ ହିନ୍ଦୀ କେଉଁଠାରୁ ଶିଖିଲେ, ଆପଣତ ବହୁତ ଭଲ ହିନ୍ଦୀ କହୁଛନ୍ତି ।

ମୋଦୀଙ୍କ ସହ କଥାବର୍ତ୍ତା ବେଳେ ପିଲାମାନେ ବେଶ୍ ଉତ୍ସାହିତ ଜଣାପଡ଼ୁଥିଲେ । ଏହି ସମୟରେ ପିଲାମାନେ ମୋଦୀଙ୍କ ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ । ଏହା ସହ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତରେ ‘ଭାରତ କା ଶେର୍’ ନାରା ମଧ୍ୟ ଲଗାଉଥିଲେ ।

ସୂଚନାଯୋଗ୍ୟ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜାପାନରେ ପହଞ୍ଚିଛନ୍ତି । ଆସନ୍ତାକାଲି ହେବାକୁ କ୍ୱାଡ ବୈଠକରେ ସାମିଲ ହେବେ । ଏହି ୨ ଦିନିଆ ଗସ୍ତରେ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ୱନିଜଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ ।

Get real time updates directly on you device, subscribe now.