fbpx

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବଡ଼ଦାଣ୍ଡରେ କରିବେ ରୋଡ୍ ଶୋ’

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ପ୍ରଚାର କାର୍ଯ୍ୟ ପାଇଁ ବ୍ୟସ୍ତ ଅଛନ୍ତି ବିଭିନ୍ନ ଦଳୀୟ ନେତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ସୁଅ ଛୁଟିବାରେ ଲାଗିଛି । ଏଥିମଧ୍ୟରେ ମେ ୧୯ରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ବିଜେପି ନେତା ଏବଂ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମେ’ ୨୦ରେ ପୁରୀରେ  ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ଦର୍ଶନ ସାରି ରୋଡ୍‌ ଶୋ’ କରିବେ ।

ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ରୋଡ ସୋ’ହେଉଥିବାରୁ ମୋଦୀଙ୍କ ଝଲକ ପାଇବାକୁ ସମର୍ଥକମାନେ ସୁଯୋଗ ପାଇପାରିବେ । ଏହି ରୋଡ୍‌ ସୋ’ ସମୟରେ ମୋଦୀଙ୍କ ସୁସଜ୍ଜିତ ଗାଡ଼ିରେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ରହିପାରନ୍ତି। ସେହିପରି ପୁରୀ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀମାନେ, ନେତା ଓ କର୍ମୀମାନେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ଶୋ’ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପୁଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।

Get real time updates directly on you device, subscribe now.