fbpx

ହାଇଦ୍ରାବାଦ ନୁହେଁ ଭାଗ୍ୟନଗର: ୨୧୬ ଫୁଟ ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ଉଦଘାଟନ ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଉଦ୍ଘାଟିତ ହୋଇ ଯାଇଛି ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି । ବିଶିଷ୍ଟ ଭାରତୀୟ ସମାଜ ସଂସ୍କାରକ ରାମାନୁଜାଚାର୍ଯ୍ୟଙ୍କ ୨୧୬ ଫୁଟ ଉଚ୍ଚ ପ୍ରତିମାର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ପ୍ରତିମାଟି ସମାନତାର ପ୍ରତୀକ ଏବଂ ଆଗାମୀ ପିଢିକୁ ଏହା ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତୀୟ ସଂସ୍କୃତି ଉଭୟ ଦ୍ୱୈତ ଏବଂ ଅଦ୍ୱୈତର ସମ୍ମିଶ୍ରଣରେ ସଂଗଠିତ ।୨୧୬ ଫୁଟ୍ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ଵାଲିଟି ୧୧ମ ଶତାବ୍ଦୀର ଭକ୍ତି ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମୁତିରେ ନିର୍ମାଣ କରାଯାଇଛି। ରାମାନୁଜ ତାଙ୍କ ଜୀବନରେ ସମାଜରେ ସମାନତାର ବିଚାରକୁ ଆଗକୁ ବଢାଇଥିଲେ। ଏହି ମୂର୍ତ୍ତି ପଞ୍ଚଲୋହାରେ ନିର୍ମିତ ହୋଇଛି। ପାଞ୍ଚ ଧାତୁ ସୁନା, ରୂପା, ତମ୍ବା, ପିତଳ ଏବଂ ଜିଙ୍କର ମିଶ୍ରଣରେ ପଞ୍ଚଲୋହା ତିଆରି କରାଯାଇଛି। ପ୍ରତୀମାର ଉଦଘାଟନ ୧୨ ଦିନିଆ ଶ୍ରୀରାମାନୁଜ ସହସ୍ରବ୍ଦୀ ସମାରୋହର ଏକ ଅଂଶ।

ତେବେ ପ୍ରଧାନମନ୍ତ୍ରୀ ଏହି ସମ୍ବୋଧନ ସମୟରେ ହାଇଦ୍ରାବାଦକୁ ଭାଗ୍ୟନଗର ବୋଲି ସମ୍ବୋଧନ କରିଥିଲେ । ୨୦୨୦ ହାଇଦ୍ରାବାଦ ମ୍ୟୁନିସିପାଲିଟି ନିର୍ବାଚନ ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ପ୍ରଥମେ ଭାଗ୍ୟନଗର ଭାବରେ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ହାଇଦ୍ରାବାଦ ଭାବରେ ନାମିତ ହେବା ପୂର୍ବରୁ ଏହା ଭାଗ୍ୟନଗର ବୋଲ ପ୍ରସିଦ୍ଧ ଥିଲା । ମୋଦୀ ନିଜ ଅଭିଭାଷଣରେ ଏହାକୁ ସ୍ଥାନିତ କରିବା ପରେ ପୁଣି ନାମ ପରିବର୍ତ୍ତନ ରାଜନୀତି ଜୋର ଧରିଛି । ଏହା ସହିତ କାକତୀୟ ସାମ୍ରଜ୍ୟ ଠାରୁ ଆରମ୍ଭ କରି ପୋଚାମପଲୀ ଶାଢୀ ଏବଂ ତେଲୁଗୁ ସିନେମା ଇଣ୍ଡଷ୍ଟ୍ରୀ ଆମକୁ ତେଲୁଗୁ ସଂସ୍କୃତି ସହିତ ପରିଚିତ କରାଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.