fbpx

ଆସନ୍ତା ୨୮ରେ ନୂଆ ସଂସଦ ଭବନର ଉଦଘାଟନ କରିବେ PM ମୋଦୀ: ଏହି ତାରିଖ କାହିଁକି ବଛାଗଲା

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରର ଉଦଘାଟନ ତାରିଖ ଘୋଷଣା ହୋଇଛି । ଆସନ୍ତା ୨୮ ତାରିଖରେ ଉଦଘାଟନ ହେବ ନୂଆ ସଂସଦ ଭବନ । ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ତେବେ ନୂଆ ସଂସଦରେ ଭବନ ଉଦଘାଟନ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହେଉଥିଲା । ମାତ୍ର ଶେଷରେ ମେ ମାସ ୨୮ ତାରିଖକୁ ବଛା ଯାଇଛି । ଏହି ତାରିଖକୁ ବଛାଯିବା ପଛରେ ଏକ ବଡ଼ ରହସ୍ୟ ରହିଛି ।

ଗତ ସଂସଦ ଅଧିବେଶନ ସମୟରେ ଗୃହରେ ଅଦାନୀ ମାମଲାକୁ ନେଇ ବିରୋଧୀମାନେ ଜେପିସି ଗଠନ ଦାବି କରି ହଙ୍ଗାମା କରିଥିଲେ । ବିରୋଧୀ ନେତା ରାହୁଲ ଗାନ୍ଧି ଅନେକ ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଫଳରେ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କୁହାଯାଇଥିଲା । ମାତ୍ର ସେ କ୍ଷମା ମାଗିବାକୁ ସିଧାସଳଖ ମନା କରିଦେଇଥିଲେ । ‘ମୁଁ ସଭରକର ନୁହେଁ, ମୁଁ ଗାନ୍ଧି’ ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ବହୁତ ହଙ୍ଗାମା ଦେଖିବାକୁ ମିଳିଥିଲା । ତେବେ ସଭରକର ହେବା ପାଇଁ ସର୍ବସ୍ୱ ଅର୍ପିତ କରିବାକୁ ପଡ଼ିବ ବୋଲି ବିଜେପି ନେତାମାନେ ବୟାନ ଦେଇଥିଲେ ।

ସେହି ମାମଲାର ଜବାବ ପିଏମ ମୋଦୀ ଖୁବଶୀଘ୍ର ଯେ ଦେବାକୁ ଯାଉଛନ୍ତି ସେନେଇ କିଛି ସଙ୍କେତ ମିଳିଥିଲା । ଏକ ସୂତ୍ର ମୁତାବକ, ଆସନ୍ତା ୨୮ରେ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଯୋଦ୍ଧା ବୀର ସଭରକରଙ୍କର ଜନ୍ମଦିନ । ସଭରକରଙ୍କ ଜନ୍ମଦିବସରେ ଭାରତର ନୂଆ ସଂସଦ ଭବନର ଉଦଘାଟନ କରାଯିବ । ସଭରକରଙ୍କ ଜନ୍ମଦିନ ଅବସରରେ ନୂଆ ସଂସଦର ଉଦଘାଟନ ହେଲେ ସାରା ଦେଶରେ ରାଷ୍ଟ୍ରବାଦର ସନ୍ଦେଶ ଗୁଞ୍ଜରିତ ହେବ । ଏଥିସହିତ ରାହୁଲଙ୍କ ସହିତ ବିପକ୍ଷଙ୍କୁ ଉଚିତ ଜବାବ ମିଳିବ ବୋଲି ଏହି ଦିବସକୁ ଉଦଘାଟନ ପାଇଁ ବଛା ଯାଇଛି ।

लोकसभा तथा राज्यसभा ने 5 अगस्त 2019 को सरकार से संसद के नए भवन के निर्माण के लिए आग्रह किया था.

Get real time updates directly on you device, subscribe now.